*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୭ ଲାଲ ସାହେବ ପଡ଼ା ରେ ସଡ଼କ ଉପରେ ଅବୈଧ ନିର୍ମାଣ ଉଚ୍ଛେଦ ଜାରି, ନିଜସ୍ୱ ଉଦ୍ୟମ ରେ ଉଚ୍ଛେଦ ପାଇଁ ସହମତି*
ନୂଆପଡା(ମିଖାଏଲ ନନ୍ଦ) ତା:୧୦.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗୁରୁ ନାନକ ଛକ ଠାରୁ ଲାଲ ସାହେବ ପଡା ସଡ଼କ ଉପରେ ଅବୈଧ ନିର୍ମାଣ ଉଚ୍ଛେଦ ଜାରି ରହିଥିବା ବେଳେ ଲୋକମାନେ ନିଜସ୍ୱ ଉଦ୍ୟମ ରେ ଉଚ୍ଛେଦ କରିବାକୁ ରାଜି ହୋଇଥିଲେ। ଭାଙ୍ଗିବା କାର୍ଯ୍ୟ କୁ ବିଭାଗ ପକ୍ଷ ରୁ ଆରମ୍ଭ କରିଥିଲେ। ନିଜସ୍ୱ ଉଦ୍ୟମ ରେ ଭାଙ୍ଗିବା ପାଇଁ ସମୟ ମାଗିବା ପାଇଁ ଲିଖିତ ଜଣାଇଛନ୍ତି। ଅବୈଧ ଉଚ୍ଛେଦ କାର୍ଯ୍ୟ ରେ ଖଡ଼ିଆଳ ତହସିଲଦାର ନରସିଂହ ଗଡବା ଖଡ଼ିଆଳ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ସାମିଲ ହୋଇଥିଲେ।
