ବାଲିଗୁଡ଼ାରେ ଓଡ଼ିଶା ବନ୍ଦର ପ୍ରଭାବ
ବାଲିଗୁଡ଼ା: (ନି.ପ୍ର)୮/୧୦ ସାରା ଓଡ଼ିଶାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ମଧ୍ୟ ପଡ଼ିଛି। ସକାଳ ୬ଟାରୁ ବନ୍ଦ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଓ ପିକେଟିଂ କରାଯାଇଥିବା ଜଣାପଡ଼ିଛି। ବନ୍ଦର ପ୍ରଭାବରେ ବାଲିଗୁଡ଼ାରେ ଦୋକାନବଜାର ବନ୍ଦ ରହିବା ସହ ଯାତାୟାତ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳରେ ବାଧା ଦେଖାଦେଇଥିବାରୁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ବନ୍ଦକୁ INDIA ବ୍ଲକ୍ର ବିଭିନ୍ନ ଦଳ ଡାକରା ଦେଇଛନ୍ତି। MMDR ସଂଶୋଧନ ଆଇନ ପ୍ରତ୍ୟାହାର, SIRକୁ ନେଇ ଆପତ୍ତି, ପାଠ୍ୟପୁସ୍ତକର ତ୍ରୁଟି ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଭଳି ବିଭିନ୍ନ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।
ତେବେ ଜରୁରୀ ସେବାଗୁଡ଼ିକୁ ବନ୍ଦରୁ ବାଦ ଦିଆଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଚାଲିବ।
