ତହସିଲଦାର ଜବତ କଲେ ପାଉଁଶ ବୋଝେଇ ହାଇଭା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ : ଓଭରଲୋଡ ପାଉଁଶ ବୋଝେଇ ହାଇଭା ବିନା କାଗଜପତ୍ର ଓ ବିନା ପ୍ରଦୂଷଣ ପ୍ରମାଣପତ୍ରରେ ଚାଲୁଥିଲା। ଟାଟା ଷ୍ଟିଲରୁ ଗୁଡିଆକାଟେଣୀ ଛକ ଭାୟା ହିନ୍ଦୋଳ ଦେଇ ନୟାଗଡ଼ ଏବଂ ଭାୟା ବଅଁରପାଳ,ତଳମୂଳ,ମହିଧରପୁର ଦେଇ ନୟାଗଡ଼କୁ ଯାଉଥିଲା। ପାଲ ନ ଘୋଡ଼ାଇ ପାଉଁଶ ନେଉଥିବାରୁ ପାଉଁଶ ପବନରେ ଉଡ଼ି ସମଗ୍ର ଅଞ୍ଚଳ ଧୂଳି ଧୂସର ହେଉଥିଲା। ଦୈନିକ ଶହ ଶହ ସଂଖ୍ୟାରେ ଓଭରଲୋଡ ପାଉଁଶ ବୋଝେଇ ହାଇଭା ବିନା କାଗଜ ପତ୍ର ଓ ବିନା ପ୍ରଦୂଷଣ ପ୍ରମାଣ ପତ୍ରରେ ଚାଲୁଥିଲା। ପ୍ରଶାସନ ନିଦା ବିଷ୍ଣୁ ସାଜିଥିଲା। ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି। ଗତ ୪ ଦିନ ହେଲା ତହସିଲଦାର ଦିଲ୍ଲୀପ କୁମାର ସେଠୀ ନିଜେ ଆକ୍ସନ ମୋଡ଼ରେ ରହି ବେଆଇନ ଓଭରଲୋଡ ହାଇଭା ଗାଡ଼ି ଜବତ କରୁଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
