
ମୟୂରଭଞ୍ଜ….ଜିଲ୍ଲାର ଉଦଳା ବ୍ଲକ ସ୍ଥିତ ଗୋପବନ୍ଧୁ ନଗର ୱାର୍ଡ – ୧୦ ରେ ଥିବା ଗୌଡ଼ିୟ ମଠରେ ଶ୍ରିଳ ଭକ୍ତି ସ୍ୱରୂପ ପର୍ବତ ଗୋସ୍ୱାମୀ ମହାରାଜଙ୍କର ୬୮ତମ ବିରହ ମହୋତ୍ସବ ଓ ଶ୍ରିଳ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ପ୍ରଭୁପାଦଙ୍କର ୧୫୧ତମ ବ୍ୟାସ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ବିଭିନ୍ନପ୍ରାନ୍ତରୁ ସାଧୁ ସନ୍ଥ ମାନେ ପହଞ୍ଚିଥିଲେ। ମଠର ପ୍ରତିଷ୍ଠାତା – ଶ୍ରିଲ ପର୍ବତ ମହାରାଜ, ପୂର୍ବତନ ଆଚାର୍ଯ୍ୟ – ଶ୍ରୀଳ ସାଗର ମହାରାଜ, ଶ୍ରୀଳ ପ୍ରଭୁପାଦ, ପୂର୍ବବର୍ତୀ ଆଚାର୍ଯ୍ୟ – ଶ୍ରୀଳ ପରମହଂସ ମହାରାଜଙ୍କ ତ୍ୟାଗର ତୁଳନା ନାହିଁ। ବର୍ତ୍ତମାନର ମଠ ଦାୟିତ୍ଵରେ ମୁନି ମହାରାଜ ଅଛନ୍ତି। ମଠରୁ ସାଧୁ ସନ୍ଥ ଓ ଭକ୍ତ ସକାଳ ସମୟ ୯.୩୦ ରେ ଉଦଳା ବଜାର ପରିକ୍ରମା କରିଥିଲେ । ବଜାର ପରିକ୍ରମା ପରେ ପ୍ରବଚନ ଓ ହରିନାମ ସଙ୍କୀର୍ତ୍ତନରେ ମଠର ଚତଃପାଶ୍ୱର୍ରେ ଏକ ଭକ୍ତର ଲହରୀ ଖେଳି ଉଠି ଥିଲା। ପରେ ପରେ ଦ୍ୱିପହର ସମୟ ୧.୩୦ରୁ ପ୍ରସାଦ ସେବନ ଆରମ୍ଭ ହୋଇଥିଲା। ପ୍ରବଚନ ଓ ହରିନାମ ସଙ୍କୀର୍ତ୍ତନ ସମେତ ପ୍ରସାଦ ସେବନ ନିମନ୍ତେ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା।