-ଯାଜପୁର….. ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ କ୍ଷେତ୍ରପାଳ ଗ୍ରାମର ଓଡ଼ିଶା ପ୍ରସିଦ୍ଧ ବାଦିପାଲା ସିଦ୍ଧନାରାୟଣ ପୀଠରେ ସିଦ୍ଧନାରାୟଣ ନବଜ୍ୟୋତି ସଂକ୍ରୀତନ ମଣ୍ଡଳୀ ଦ୍ୱାରା ଅଷ୍ଟପ୍ରହରୀ ନାମଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି,ଏହି ନାମଯଜ୍ଞ ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହୋଇ ଫ୍ରେବୁୟାରି ୦୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା,ଏହି ନାମଯଜ୍ଞ ଆଖ ପାଖ ଅଞ୍ଚଳର ୧୫ ରୁ ଉର୍ଦ୍ଧ ସଂକ୍ରିତନ ମଣ୍ଡଳୀ ଭାଗନେଇଥିଲେ, ସୁଚନା ଅନୁଯାୟୀ ୨୧ତମ ଏହି ନାମଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା ବେଳେ ଧର୍ମଶାଳାର ନବନିର୍ବାଚିତ ଯୁବ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଓ ଯାଜପୁର ବିଜେପି ସଭାପତି ଗୌତମ ରାୟ, କ୍ଷେତ୍ରପାଳ ପଞ୍ଚାୟତ ବିଜେପି ସଭାପତି ସତ୍ୟାନନ୍ଦ ଖଣ୍ଡାଇ ଓ କ୍ଷେତ୍ରପାଳ ପଞ୍ଚାୟତ ସରପଞ୍ଚ ଫକିର ନାରାୟଣ ମିଶ୍ର,ଯୁବ ସମାଜସେବୀ ସୁଧାଂଶୁ ଶେଖର ସାମଲ,ରତିକାନ୍ତ ମହାପାତ୍ର,ବଳରାମ ସାହୁ ଓ ଅନେକ ପଦ ଅଧିକାରୀମାନେ ଏହି ନାମଯଜ୍ଞରେ ଯୋଗଦେଇ ପ୍ରଭୁ କୃପା ଲାଭକରିଥିଲେ,କାର୍ଯ୍ୟକ୍ରମ ଆରମ୍ଭ ରୁ ଶେଷ ଯାଏ ନବଜ୍ୟୋତି ସଂକ୍ରୀତନ ମଣ୍ଡଳୀ ର ସଭାପତି ରବୀନ୍ଦ୍ର କୁମାର ସାହୁ ଓ ସଂପାଦକ ସରୋଜ କୁମାର ସାହୁ ଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ ମାନେ ଉତ୍ସାହ ର ସହ ସମସ୍ତ କାର୍ଯ୍ୟକୁ ସମାପନ କରିଥିଲେ,ଶେଷରେ କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ,ବଡ଼ଚଣା ରୁ ସୁଶାନ୍ତ କୁମାର ବେହେରା
