Slug,,,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଏବଂ ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା l
ତା,,୦୨/୧୦/୨୦୨୬
ଆଙ୍କର,,,,, ଭଦ୍ରକ ଜିଲ୍ଲା ଧାମନଗର ଶିକ୍ଷା ମଣ୍ଡଳ ଅଧିନସ୍ଥ ଗୌରହରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,, ପତ୍ରିବିନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କର ନିଆରା ଢଙ୍ଗରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ତା-୦9/୧୦/2026 ରିଖରେ ପାଳନ କରାଯାଇ ଅଛି l ଗୁରୁବିନା ଶିକ୍ଷା ଅସମ୍ଭବବ ଯେଉଁ ଗୁରୁଙ୍କ ଶିକ୍ଷାରେ ଦେଶରେ ସର୍ବାଙ୍ଗୀନ ଉର୍ନ୍ନତି ହୋଇଥାଏ ଯେଉଁ ଗୁରୁଙ୍କ ଚେଷ୍ଠାରେ କେତେ ଡାକ୍ତର, ଇଞ୍ଜିନିଅର, କଲେକଟର, ବଡ଼ ବଡ଼ ଅଫିସର ମାନେ ତିଆରି ହେଇଥାନ୍ତି ସେହି ଶିକ୍ଷୟତ୍ରୀ ଆଜି ପିଲାମନଙ୍କ ଗହଣରୁ ଅବସର ନେଇ ଛନ୍ତି l ଏହି ଅବସରରେ ପିଲାମାନଙ୍କର ପ୍ରିୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦାୟ ଦୃଶ୍ୟ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ଆଖି ରୁ ଲୁହଝରାଇ ଥିଲା l ଏହି ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ମାନେ ଦିଦି ଙ୍କ ଶିକ୍ଷା ଦାନ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ l ଶ୍ରୀମତୀ ନର୍ଝରିଣୀ ପାଢ଼ୀ ଜଣେ ଭଲ ଶିକ୍ଷୟତ୍ରୀ କର୍ତ୍ତବ୍ୟ ପରାୟଣ ମିଷ୍ଠାଭାଷୀ ଶିକ୍ଷୟତ୍ରୀ ଥିଲେ। ତାଙ୍କର ପାଠ ପଢା ଶୈଳି ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଆପଣାର କରିବା, ପିଲାମାନଙ୍କର ଦକ୍ଷତା ବିକାଶ ଓ ସେମାନଙ୍କର ସୁଖ ଦୁଃଖରେ ସହଭାଗୀ ହୋଇ ଶିକ୍ଷlରେ ସର୍ବାଙ୍ଗୀନ ଉନ୍ନତି କକରିବାରେ ଓ ସ୍କୁଲ ର ପରିବେଶ କୁ କିପରି ସୌନ୍ଦର୍ଯ୍ୟମୟ କରି ହେବ ସେଥିରେ ସେ ନିପୁଣ ଥିଲେ l ସେ ଜଣେ ଭଲ ଶିକ୍ଷୟତ୍ରୀ ଓ ପରିବାର ପାଇଁ ନିଜର ପଦଉନ୍ନତି କୁ ପ୍ରତ୍ୟାଖ୍ୟାନ କରିଥିବାରୁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୃପୌଦି ମୁର୍ମୁ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥିଭାବେ ପୂର୍ବ ତନ ବିଇଓ ଶ୍ରୀଚରଣ ମଲିକ, ମୁଖ୍ୟ ଵକ୍ତା ହେମେନ୍ଦ୍ର ମହାନ୍ତି,,ସ୍କୁଲ ପରିଚଳାନା କମିଟିର ସଭାପତି ସସଧାର ରାଉତ, ପ୍ରଫେସର କୈଳାଶ ଚନ୍ଦ୍ର ଯେନା ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ଆଦର ସହକାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦାୟ ସମ୍ବ୍ବର୍ଦ୍ଧନା ଦେଇଥିଲ l ଭଦ୍ରକ ରୁ ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
