ମୃତ୍ୟୁ ପରେ ବି ଅମର ଦଣ୍ଡ ନୃତ୍ୟ ଗୁରୁ ବିନୟ କୁମାର ବେହେରା (ବିନ ସାର)
ତାଳଚେର: ମୃତ୍ୟୁ ପରେ ବି ଅମର ହୋଇ ରହିଗଲେ ଦଣ୍ଡ ନୃତ୍ୟ ଗୁରୁ ବିନୟ। ସାରା ଜୀବନ ଅଭିନୟ ଓ କଳା ମଧ୍ୟମରେ ଲୋକଙ୍କୁ ହସାଇବା ସହ ମୋନା ରଞ୍ଜନ ଯୋଗାଇ ଥିବା ବିନୟଙ୍କ ଜୀବନର ଶେଷ ଅଧ୍ୟାୟ ମଧ୍ୟ ମାନବ ସେବାର ଏକ ଅନନ୍ୟ ଉଦାହରଣ ପାଲଟିଛି ।ଜୀବନର ଶେଷ ଶଯ୍ୟା ରେ ଥାଇ ମଧ୍ୟ ନିଜର ଅମୂଲ୍ୟ ସମ୍ପଦ ଦୁଇଆଖି ଦାନ କରି ଅନ୍ୟ ଦୁଇ ଜଣଙ୍କ ଜୀବନରେ ଦୃଷ୍ଟିର ଆଲୋକ ଭରିବାର ମହାନ ନିଷ୍ପତ୍ତି ନେଇଛନ୍ତି ।ତାଙ୍କ ଭାଇ ସୁଶାନ୍ତ ବେହେରା ଓ ତ୍ରିପୁର ବେହେରାଙ୍କ ସହମତି ପୂର୍ଣ୍ଣ ନିଷ୍ପତ୍ତି ଏହି ମହତ କାର୍ଯ୍ୟକୁ ସମ୍ଭବ କରିଛି । ମୃତ୍ୟୁ ତାଙ୍କ ଶରିର କୁ ନେଇଗଲା ସତ୍ କିନ୍ତୁ ତାଙ୍କ ଆଖି ଏବେ ବି ଜୀବିତ ।ତାଙ୍କ ଦୁଇ ଅନ୍ୟର ଜୀବନରେ ଆଲୋକ ହୋଇ ବିନୟ ଙ୍କୁ ସବୁଦିନ ପାଇଁ ଅମର କରି ରଖିବ ।ମହାପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ । ଏବଂ ଶୋକ ସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୌର୍ଯ୍ୟ ପ୍ରଦାନ କରନ୍ତୁ
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
