ଶୋକାକୁଳ ପରିବେଶ ରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଶବ ବ୍ୟବଚ୍ଛେଦ କର୍ମଚାରୀ ବାଇଧର ମୁଖିଙ୍କ ପରଲୋକ l*
ଯାଜପୁର ଭଞ୍ଜଦୁତ ବ୍ୟୁର : ଯାଜପୁର ଜିଲ୍ଲା ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବରିଷ୍ଠ ଶବ ବ୍ୟବଚ୍ଛେଦ କର୍ମଚାରୀ ବାଇଧର ମୁଖି (୫୬)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କ ପାର୍ଥିବ ଶରୀର ଦାନଗଦି ଡାକ୍ତରଖାନା ପରିସରକୁ ଆସିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ସମେତ ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ନିଜର ଦୀର୍ଘ ଚାକିରି କାଳ ମଧ୍ୟରେ ସେ ୫ ହଜାରରୁ ଊର୍ଦ୍ଧ୍ୱ ଶବ ବ୍ୟବଚ୍ଛେଦ କରି ନିଷ୍ଠାର ସହ ସେବା ଯୋଗାଇ ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ତଥା ମେଡ଼ିକାଲ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଅମର ଆତ୍ମାର ସଦ୍ଗତି କାମନା ସହ ପରିବାର ବର୍ଗଙ୍କୁ ଗଭୀର ସମବେ
ଦନା।
