ମଠକରଗୋଳା ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ।
————————————
କାମାକ୍ଷାନଗର -ତା ୦୨.୧୦.୨୬: ଭୁବନ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ, ମଠକରଗୋଳା ମହାବିଦ୍ୟାଳୟ ତଥା ବାପୁ ମନ୍ଦିର ନ୍ୟାସ ଓ ପୂଜ୍ୟପୂଜା ସଂଗଠନ, କାମାକ୍ଷାନଗର ର ମିଳିତ ସହଯୋଗରେ ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ନେତୃତ୍ବରେ ଏକ ବିଶାଳ ପଦଯାତ୍ରା ମଠକରଗୋଳା ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ମହାବିଦ୍ୟାଳୟ ପରିସର ମଧ୍ୟରେ ସମାପ୍ତ ହୋଇଥିଲା। ଏହି ଉପଲକ୍ଷେ, ବିଶିଷ୍ଟ ଗାନ୍ଧୀବାଦୀ ଶ୍ରମିକ ନେତା ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ , ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ ଓ ଗାଇଡ୍ ଓ ଯୁବ ରେଡକ୍ରସ୍ ସ୍ବେଛାସେବୀ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ଗ୍ରାମବାସୀ ଓ ଗାନ୍ଧି ମନ୍ଦିର ପୂଜ୍ୟପୂଜା ସଂଗଠନ କର୍ମକର୍ତ୍ତା ଙ୍କୁ ଉଦବୋଧନ ଦେଇଥିଲେ। ପରେ ଅନୁଷ୍ଠାନର ସମ୍ମିଳନୀ କକ୍ଷରେ ସଭାପତି ଅରବିନ୍ଦ କାନ୍ତ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡ଼ିଶାର ବିଶିଷ୍ଟ ଯୁବ ଗାନ୍ଧୀବାଦୀ ଜ୍ଞାନ ରଞ୍ଜନ ସାମନ୍ତରାୟ ବକ୍ତା ଭାବେ ଯୋଗଦେଇ ଗାନ୍ଧୀଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ମିହିର ପ୍ରସାଦ ଦାସ ଅହିଂସା ହିଁ ଆଜି ସମାଜ ର ମୂଳ ମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶେଶ୍ଵର ମହାନ୍ତି ଗାନ୍ଧିଜୀ ଙ୍କ ଓଡ଼ିଶା ଗସ୍ତ ଓ ରହଣି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ମଠକରଗୋଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜୟ କୁମାର ନାୟକ,ସମିତି ସଭ୍ୟା ସନ୍ଧ୍ୟା ରାଣୀ ନାୟକ, ଗ୍ରାମ ସଭାପତି ନଳୀନ କୁମାର ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବାପୁ ମନ୍ଦିର ନ୍ୟାସ ର ସମ୍ପାଦକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ତଥା ବାପୁ ମନ୍ଦିର ନ୍ୟାସ ର ସମସ୍ତ ସଭ୍ୟ ସକ୍ରୀୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ଅଧୀକାରୀ ସୋମନାଥ ପଣ୍ଡା, ପ୍ରଦୀପ୍ତ କୁମାର ସାହୁ, ସବିତା ଦେହୁରୀ, ପ୍ରତିଭା ଦାଶ, ବିଜୟିନୀ ଲେଙ୍କା, ଲଲିତ କୁମାର ବେହେରା ଓ ନବ କିଶୋର ସି ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
(ଧର୍ମାନନ୍ଦ ସେଠି ଙ୍କ ଖବର
