୭୨ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଓ ରାଲୀ ଅନୁଷ୍ଠିତ।
ଭଞ୍ଜନଗର -୦୩/୧୦ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ଆଜି ଭଂଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୨ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଓ ରାଲୀ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ସ୍ନେହା ଏନ୍.ଜି.ଓ, ଘୁମୁସର ଉତ୍ତର ବନଖଣ୍ଡ, ଏବଂ ଟାଟା ପାୱାର (TPSODL) ଭଞ୍ଜନଗରର ମିଳିତ ସହଯୋଗରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
ଘୁମୁସର ଉତ୍ତର ବନଖଣ୍ଡର ଡି.ଏଫ୍.ଓ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ବନ୍ୟଜୀବ ସଂରକ୍ଷଣର ଗୁରୁତ୍ୱ, ଜଙ୍ଗଲ ଓ ପରିବେଶର ସୁରକ୍ଷା ଏବଂ ମଣିଷ-ବନ୍ୟଜୀବ ମଧ୍ୟରେ ସହାବସ୍ଥାନର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।
ଏହି ଅବସରରେ ମୁଜାଗଡ଼ ରେଞ୍ଜର ସରୋଜ ମହାନ୍ତି, ମୁଜାଗଡ଼ ଫରେଷ୍ଟର ରାଜେନ୍ଦ୍ର ଦଳେଇ, ମୁଜାଗଡ଼ର ପୂର୍ବତନ ସରପଞ୍ଚ ଶ୍ରୀ ଧୋବା ଗୌଡ ଅନ୍ୟତମ ପୂର୍ବତନ ସରପଞ୍ଚ ଶ୍ରୀ ଶିବ ଶଙ୍କର ପ୍ରଧାନ, ଅବସରପ୍ରାପ୍ତ ରେଞ୍ଜର ଶ୍ରୀ ଅନୁପମ ବାନାର୍ଜୀ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ବନ ସୁରକ୍ଷା ସମିତି ର ସଦସ୍ୟ ବୃନ୍ଦ, ବନ କର୍ମଚାରୀଙ୍କ ସମେତ କିଛି ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରା। ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଅଧ୍ୟାପକ ତ୍ରିନାଥ ବେହେରା, ବାବୁଲାଲ ଗୌଡ,ଅଜିତ୍ ନାୟକ, ରମାକାନ୍ତ ନାଗ,ଅଧ୍ୟାପିକା ସଙ୍ଗୀତା ସ୍ୱାଇଁ, ଶ୍ରାବଣୀ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଣ ଶୈକ୍ଷିକ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବନ୍ୟଜୀବ ସୁରକ୍ଷା, ଜୈବବିବିଧତା ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ମଣିଷ-ବନ୍ୟଜୀବ ସଂଘର୍ଷକୁ କିପରି ହ୍ରାସ କରାଯାଇପାରିବ, ସେନେଇ ଆଲୋଚନା ଓ ସଚେତନତା ସୃଷ୍ଟି କରାଯାଇଥିଲା। ଛାତ୍ରଛାତ୍ରୀମାନେ ମଧ୍ୟ ବନ୍ୟଜୀବ ସୁରକ୍ଷା ପାଇଁ ନିଜର ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ଏକ କ୍ଷୁଦ୍ର ନାଟକ “ଲଢ଼େଇ ନୁହଁ: ଆମେ ଚାହୁଁ ସହାବସ୍ଥାନ” ପରିବେଷଣ କରିଥିଲେ। ପରେ ବତ୍କୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା। ଅତିଥି ମାନଙ୍କ ଦ୍ଵାରା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ନେହା ଏନ୍.ଜି.ଓ ର ସଂଯୋଜକ ପ୍ରଶାନ୍ତ କୁମାର ରାଉତ ଏବଂ ସହ ସଂଯୋଜକ ଅଜିତ୍ ସାହୁ ଙ୍କ ଭୂମିକା ପ୍ରଶଂସନୀୟ ଥିଲା। “ବନ୍ୟଜୀବ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ମଣିଷ ସୁରକ୍ଷିତ ରହିବ”— ଏହି ବାର୍ତ୍ତା ନେଇ ଏକ ରାଲିି ମଧ୍ଯ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠିତ ହୋଇଥିଲା। ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
