*ସେବା ଓ ସମର୍ପଣର ପ୍ରତିମୂର୍ତ୍ତି: ‘ଭୀମ ଭୋଇ ସେବା ସମ୍ମାନ’ରେ ଭୂଷିତ ଖଡ଼ିଆଳର ଆୟୁଷ ଡାକ୍ତର ଡଃ. ଅନ୍ନଦା ଶଙ୍କର ଦାସ**
ନୂଆପଡା(ମିଖାଏଲ ନନ୍ଦ) ତା:୦୩.୧୦.
ଆଜି ସମଲେଇ ସେନା ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ବିଧାୟକ, ପୂର୍ବତ୍ତନ ବିଧାୟକ ଯୋଗ ଦେଇ ସାମୂହିକ ଭେଟ ଘାଟ ନିଜ ଅଞ୍ଚଳର ଲୁକ୍କାୟିତ ପ୍ରିତିଭା ପୂଜନ ଉତ୍ସବ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିବାସୀ ଡଃ. ଅନ୍ନଦା ଶଙ୍କର ଦାସ ପେଶାରେ ଆୟୁଷ ଡାକ୍ତର, ନିଶାରେ ସେବା ଓ ଆରୋଗ୍ୟ କାମନା ନେଇ ନିପଟ ମଫସଲ ରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରନ୍ତି। ଘରୁ ବାହାରି ରୋଗୀ ଚିକିତ୍ସା କରିବା ସହ କୌଣସି ଔଷଧ ଅଭାବରୁ ଜୀବନ ହାରିବା କଷ୍ଟ ଲାଗିଥାଏ। ପ୍ରତ୍ୟେକ ମାସ ଘରୁ ବାହାରି ଔଷଧ ବଣ୍ଟନ, ଚିକିତ୍ସା ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଏକମାତ୍ର ଜୀବନ ର ଲକ୍ଷ ବୋଲି ବାଛି ନେଇଛନ୍ତି। ନିଜ ପାଇଁ ବଞ୍ଚିବା ସହଜ କିନ୍ତୁ କିପରି ଅନ୍ୟଙ୍କ ପାଇଁ ବଞ୍ଚିବା ପ୍ରୟାସରତ। ମହାମାରୀ କୋଭିଡ ସମୟରେ ଜଣେ କୋଭିଡ ଯୋଦ୍ଧା ରୂପେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ମହାମାରୀ, ଘଡ଼ିସନ୍ଧି ମୁହୂର୍ତ୍ତ ରେ ମଧ୍ୟ ଜୀବନ କୁ ବାଜି ଲଗାଇ ସେବା ପ୍ରଦାନ କରି ଚାଲିଥିଲେ। ଟିବି ରୋଗୀଙ୍କୁ ମାସିକ ରାସନ ଯୋଗାଣ ସହ ପୋଷ୍ୟ ଗ୍ରହଣ।
