*ତିର୍ତ୍ତୋଲରେ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା : ଶଙ୍ଖେଶ୍ୱର ଓ ଦାଇଁଲୋରେ କଂଗ୍ରେସର ଶକ୍ତି ପ୍ରଦର୍ଶନ*
ତିର୍ତୋଲ -(ନି.ପ୍ର )ଜଗତସିଂହପୁର ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ ରୁ ୮ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରତି ବ୍ଲକ ସ୍ତରରେ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ଆରମ୍ଭ ହୋଇଛି।
ଏହି କ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକଙ୍କ ନିର୍ଦ୍ଦେଶରେ ଆଜି ଦ୍ୱିତୀୟ ଦିବସରେ ତିର୍ତ୍ତୋଲ ବ୍ଲକର ଶଙ୍ଖେଶ୍ୱର ଓ ଦାଇଁଲୋ ପଞ୍ଚାୟତରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି କୁଜଙ୍ଗ ବ୍ଲକରେ ଯାତ୍ରା କରାଯିବ। ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ଯାତ୍ରା ସହିତ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା ମଧ୍ୟ ମିଳିତ ଭାବେ କରାଯାଉଛି।
ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ମହମ୍ମଦ ଅବଦୁଲ ୱାହିଦ, ସାଧାରଣ ସମ୍ପାଦକ ଧନଞ୍ଜୟ ସୂତାର, ବ୍ଲକ ସଭାପତି ସଫି ଆଜମ, କୃଷ୍ଣଚନ୍ଦ୍ର ସ୍ୱାଇଁ, ଜିତେନ୍ଦ୍ର ମହାନ୍ତି, ରଞ୍ଜନ ମହାପାତ୍ର, ଅତହାର ଅଲ୍ଲୀ, ଦେବାଶିଷ ଦାଶ, ଜ୍ଞାନିଲ ମହାପାତ୍ର, ତରୁଣ ସାମଲ, ବିଜୟ ପୃଷ୍ଟି, ରୂପ ରଞ୍ଜନ ମିଶ୍ରଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ।
