ଏମ୍ ଏମ୍ ଡି ଆର୍ ବିଲ୍ କୁ ବିରୋଧ କରି ଆସନ୍ତା ସାତ ତାରିଖରେ ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ।
ହେମଗିରି ବ୍ଲକ୍, ୩/୧୦/୨୬(ବ୍ଲକ୍ ପ୍ରତିନିଧି ମମତା ମେହର ଙ୍କ ରିପୋର୍ଟ)
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ୍ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ସଦର ବିଧାୟକ ଯୋଗେଶ କୁମାର ସିଂ ଙ୍କ ଆହ୍ୱାନ କ୍ରମେ ତଥା ହେମଗିରି ବ୍ଲକ୍ ବି ଜେ ଡି ସଭାପତି ସୁକାନ୍ତ ପତି ଙ୍କ ଅଧ୍ୟକ୍ଷତା ରେ ବହୁ ବି ଜେ ଡି କର୍ମୀଙ୍କୁ ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ଟି ଆୟୋଜିତ କରାଯାଇଥିଲା । ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟା ମହିମା ସେଠ୍, ସମିତି ସଭ୍ୟା ମାନସୀ ଦର୍ଜୀ, ବ୍ଲକ୍ ସଂଯୋଜକ ପ୍ରକାଶ ବହିଦାର, ବିଧାୟକ ପ୍ରତିନିଧି ସୁନିଲ ପାଟ୍ଟଯୋଷୀ, ବିଜୟ ନାଏକ ବେହେରା , ଖଗେଶ୍ବର କୁଅଁର, ଶାନ୍ତ ଧୃଆ, ପ୍ରମୋଦ ପତି,ଯୁବ ନେତା କଳାକାହ୍ନୁ ମେହେର ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ ପାଇଁ ବିଷଦ ଆଲୋଚନା କରାଯାଇଥିଲା ।
