*ଶିଶୁ ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ*
(ବଲାଙ୍ଗିର : ନି ପ୍ର=ପ୍ରଦୀପ କୁମାର ସା )
ଅଦ୍ୟ ତା୦୨/୧୦/୨୬ ଶୁକ୍ରବାର ଦିନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲି ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସତବାଜୀ ବରିହା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ ଓ ତାଙ୍କୁ ଗୁରୁଜୀ ଶ୍ରୀ ବିନୋଦ କୁମାର ନାଏକ ସହଯୋଗ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ମହାକୁର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ବରିହା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ବିଷୟରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶିଶୁମନ୍ଦିର ର ଭାଇ ଭଉଣୀ ମାନେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୀବନୀ ବିଷୟରେ ବକୃତା ପ୍ରଦାନ କରିଥିଲେ।ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ପବିତ୍ର ବାରିକ ମଞ୍ଚପରିଚାଳନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
