*ଶିକ୍ଷା ବିକାଶ ସମିତି ଙ୍କ ଯୋଜନା ଓ ଶିଶୁ ମନ୍ଦିରରେ କ୍ରିୟାନ୍ଵୟନ ମାତୃ କର୍ମ ଶାଳା*
(ବଲାଙ୍ଗିର :ପ୍ରଦୀପ କୁମାର ସା ଙ୍କ ରିପୋର୍ଟ)
ଆଜି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲି,(ବଲାଙ୍ଗୀର) ଠାରେ ଶିଶୁବାଟିକା ବିଭାଗ(ଆଧାର ସ୍ତର- ୧) ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଚୁଡାପାଲି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଉପସ୍ଥିତ ଥିଲେ। ବଲାଙ୍ଗୀର ସଂକୁଳ ର ଶିଶୁବାଟିକା ପ୍ରମୁଖl ତଥା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କଦମପଡା ର ଶିଶୁବାଟିକା ପ୍ରମୁଖl ଶ୍ରୀମତୀ ବିଦ୍ୟୁତରେଖା କର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶମ୍ଭୁ ପ୍ରସାଦ ମହାକୁର ସ୍ୱାଗତ ଭାଷଣ ଓ ଅତିଥି ଅଧିକାରୀ ଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମିତିର ସଭାପତି ଶ୍ରୀ କ୍ଷୀରୋଦ୍ର ସାହୁ, ଉପସଭାପତି ଶ୍ରୀ ସଞ୍ଜୀବ ମେହେର, କୋଷାଧକ୍ଷ ଶ୍ରୀ ବୈଷମ୍ପାୟନ ଥନାପତି ଉପସ୍ଥିତ ଥିଲେ। ଶିଶୁବାଟିକା ପ୍ରମୁଖl ସୁଶ୍ରୀ ରୀନାରାଣୀ ଜେନା କାର୍ଯ୍ୟଶାଳା ର ଉଦ୍ଦେଶ୍ୟ କଥନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀମତୀ କର ଶିଶୁ ଶିକ୍ଷାର ସ୍ୱରୂପ ପାଠ୍ୟକ୍ରମ ଓ କ୍ରିୟାକଳାପ ବିଷୟରେ ମା ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶିଶୁବାଟିକା ବିଭାଗର ଗୁରୁମାମାନେ ମା ମାନଙ୍କୁ ଶିଶୁବାଟିକା ରେ କରାଯାଉଥିବା ବିଭିନ୍ନ କ୍ରିୟାକଳାପ ବିଷୟରେ କାଳାଂଶ ନେଇଥିଲେ। ସମାରୋପ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ଦନାର୍ଦ୍ଦନ ମହାପାତ୍ର ଉପସ୍ଥିତ ରହି ଶିଶୁମାନଙ୍କ ବିକାଶରେ ମା ମାନଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ ତଥା ମା ମାନଙ୍କର ବିଭିନ୍ନ ପ୍ରଶ୍ନ ର ଶଙ୍କାମୋଚନ କରିଥିଲେ। ପରିଚାଳନା ସମିତିର କୋଷାଧକ୍ଷ ଶ୍ରୀ ଥାନାପତି ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ପବିତ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ।ସମସ୍ତ ଗୁରୁଜୀ ଗୁରୁମା ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
