*କର୍ମ ମୟ ଜୀବନ ରୁ ଅବସର ଗ୍ରହଣ, ଅନେକ ଜୀବନ କୁ ଉତ୍ତମ ନାଗରିକ ଗଢ଼ିବା ସହ ତାଙ୍କ ଅବଦାନ ଚିର ସ୍ମରଣୀୟ*।
ନୂଆପଡା(ମିଖାଏଲ ନନ୍ଦ)
ତା:୩୦.୦୯.
କର୍ମ ମୟ ଜୀବନ ରୁ ଅବସର ଗ୍ରହଣ, ଅନେକ ଜୀବନ କୁ ଉତ୍ତମ ନାଗରିକ ଗଢ଼ିବା ସହ ତାଙ୍କ ଅବଦାନ ଚିର ସ୍ମରଣୀୟ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୁନାନି ଗ୍ରାମରେ ଶିକ୍ଷକତା ଜୀବନ ରୁ ଅବସର ଗ୍ରହଣ କରିଛନ୍ତି ଶିକ୍ଷୟତ୍ରୀ ମୀନା କୁମାରୀ ରାୟ। ଦୀର୍ଘ ୩୭ ବର୍ଷ ମନୁଷ୍ୟ ତିଆରି କାରଖାନାରେ ଜଣେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୯ ମସିହାରେ କଲାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଆଏଁଲାପାଳି ଗ୍ରାମ ପ୍ରାଥମିକ ସ୍କୁଲ ରୁ ଶିକ୍ଷକତା ଆରମ୍ଭ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ତାଙ୍କ ବିବାହ ହୋଇଥିବା ବେଳେ ଖଡ଼ିଆଳ ବ୍ଲକ୍ ର ବିଭିନ୍ନ ସ୍କୁଲ ରେ ଶିକ୍ଷକତା କରିଥିଲେ। ଛାତ୍ର ଛାତ୍ରୀଙ୍କ ଗହଣରେ ଶିକ୍ଷାଦାନ ତାଙ୍କ ପ୍ରାଥମିକ । ଜୁନାନି ସ୍କୁଲ ପରିସର ମଧ୍ୟରେ ତାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କର ସେହି ସ୍ମୃତି ଓ ଅନୁଭୂତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମୁଖରେ ଝଲସି ଯାଉଥିବା ବଖାଣିଥିଲେ। ଏହି ଅବସର ରେ ତାଙ୍କ ଜୀବନର ସୁଖ ସମୃଦ୍ଧି, ଶାନ୍ତି କାମନା କରି ଉପଢୋକନ୍ ଦେଇ ସମ୍ବର୍ଦ୍ଧିତ କରି ଘରକୁ ଛାଡ଼ି ଆଣିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ସାମିଲ ହୋଇଥିଲେ।
