*ମା’ ଶାରଳା ମନ୍ଦିର ରାସ୍ତା ବେହାଲ, ୭ ଦିନ ମଧ୍ୟରେ ମରାମତି ନହେଲେ R&B ଅଫିସ୍ ଘେରାଉ କରିବ କଂଗ୍ରେସ*
ତିର୍ତ୍ତୋଲ – (ନି.ପ୍ର ) ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ତେନ୍ତୁଳିପଦା ନିକଟସ୍ଥ ମା’ ଶାରଳା ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡ଼ିଛି। ବଡ଼ ବଡ଼ ଗାତ ଯୋଗୁଁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି, ଦୁର୍ଘଟଣା ଆଶଙ୍କା ବଢିଛି।
ଏହାର ପ୍ରତିବାଦରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମଙ୍କ ନେତୃତ୍ୱରେ ଜୋନ-୩ ସଭାପତି ଶୁଭାଶିଷ ସ୍ୱାଇଁଙ୍କ ସମେତ ଏକ ପ୍ରତିନିଧି ଦଳ R&B ବିଭାଗକୁ ଦାବିପତ୍ର ଦେଇଛନ୍ତି।
୭ ଦିନ ମଧ୍ୟରେ ରାସ୍ତା ମରାମତି ନହେଲେ R&B କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।
