
କୋଟପାଡ଼ (ଅଶ୍ୱିନୀ ପଟ୍ଟନାୟକ) : ଆଜି କୋଟପାଡ଼ ସିଦ୍ଧାର୍ଥ ଇଂରାଜୀ ମାଧ୍ୟ୍ୟମ ବିଦ୍ୟାଳୟ ରେ ସମ୍ପାଦକ ଶ୍ରୀ ପଙ୍କଜ ପାତ୍ରଙ୍କ ତତ୍ୱାବଧାନରେ ଇଣ୍ଡିଆନ ଟେଲେଣ୍ଟ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଏବଂ ମେଡଲ ପ୍ରଦାନ କରାଯାଇଛି,ଏହା ସହ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ପଙ୍କଜ ପାତ୍ର ଏହି ପରୀକ୍ଷାରେ ଉତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିବା ସହିତ ଉପଦେଶ ପ୍ରଦାନ କରିଥିଲେ l ପ୍ରଥମତଃ ଉକ୍ତ ପରୀକ୍ଷାର ସଞ୍ଜଯୋକ ବିଜୟ କୁମାର ମିଶ୍ର ସମସ୍ତଙ୍କ ଉପସ୍ଥିତରେ ଏହି ପରୀକ୍ଷା ର ମହତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ଏଥି ସହିତ ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ବେହେରା,ଉପାଦକ୍ଷା କୁମାରୀ ରଶ୍ମି ନାୟକ,ଶିକ୍ଷକ ଶଙ୍କର ମହାନ୍ତି,କେଦାରନାଥ ନାୟକ,ଗୌତମ ହୋତା, ସୁବ୍ରତ୍ତା ସାହୁ,ସୁସ୍ମିତା ମହାନ୍ତି,ଭାରତୀ ଚୌଧୁରୀ,ସନ୍ତୋଷୀ ପାତ୍ର,ଅନୀତା ପାଣି, ପ୍ରିୟସ୍ମିତା ପଟ୍ଟନାୟକ, ଅଞ୍ଜଳି ପାତ୍ର, ନାଜନୀନ ବେଗମ, ଶୁଭଶ୍ରୀ ସାହୁ, ଯମୁନା ନାୟକ, ଅମିତା ଜେନା, ସଂଗୀତା ରଥଙ୍କ ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମସ୍ତେ ବିଭିନ୍ନ ପରୀକ୍ଷା ଉପଯୋଗୀ ଉପଦେଶାବଳୀ ପ୍ରଦାନ କରିଥିଲେ,ଆଜିର କାର୍ଯ୍ୟକ୍ରମରେ ସପ୍ତମଶ୍ରେଣୀର କେ. ୟଶସ୍ବୀନୀ ଷ୍ଟେଟ ଟପ୍ପର ହୋଇଥିବାରୁ ରାଶି ଚେକ ଓ ମେଡଲ ପ୍ରଦାନ କରାଯାଇଥିଲା, ଅଷ୍ଟମ ଶ୍ରେଣୀ ବରୁନ ମହାନ୍ତିକୁ ଷ୍ଟେଟ ଏକ୍ସଲେନ୍ସ ମେଡାଲ ସହ ସାର୍ଟଫିକେଟ ପ୍ରଦାନ କରାଯାଇଥିଲା,ପଞ୍ଚମ ଶ୍ରେଣୀ ର ପ୍ରିୟଙ୍କା ବେହେରା, ସପ୍ତମ ଶ୍ରେଣୀର ଏମ ଡ଼ି ଅନଶ ମହିଉଧୀନ ଏବଂ ନବମଶ୍ରେଣୀ ର ଜେ.ଆରାଧ୍ୟା ରାଓ କ୍ଲାସ ଟୋପର ହାଇଥିବାରୁ ମେଡଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଇଣ୍ଡିଆନ ଟେଲେଣ୍ଟ ପରୀକ୍ଷା ବିଷୟରେ ଆଲୋକପାତ କରିବା ସହ ଉତ୍ସାହିତ କରାଯାଇଥିଲା l