*ତିର୍ତ୍ତୋଲ କୋର୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ*
ତିର୍ତ୍ତୋଲ : ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋସିଆଲ ମିଡିଆ ଓ ସାଇବର ଆଇନ ନେଇ ସଚେତନତା କାର୍ଯ୍ୟକ୍ରମ କୋର୍ଟ ପରିସରରେ ହୋଇଛି। ବିଚାରପତି ସିଓନା ସିଦ୍ଧାର୍ଥ ମହାରଣାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସରକାରୀ ଓକିଲ ସସ୍ମିତା ନାୟକ, ଆଇନଜୀବୀ ସୁଧୀର ଖୁଣ୍ଟିଆ, ଟୁକନ ସେଠୀ, ନାରାୟଣ ମହାନ୍ତି, ଦେବେନ୍ଦ୍ର ନାୟକ, ସୁବୋଧ ଖୁଣ୍ଟିଆ, ଗିରିଜା ଦାଶ, ବିନୟ ସ୍ୱାଇଁ, ଜୀବନ ମହାନ୍ତି, ଗଜେନ୍ଦ୍ର ବିଶ୍ୱାଳ, ଅମର ସାହୁ, ସନ୍ତୋଷ ଦାସ, ଏସଆଇ ବିଭୁତି ବିଶ୍ୱାଳ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅନାମ ଭୋଇ ପରିଚାଳନା କରିଥିଲେ।
