ଭୁବନେଶ୍ୱର: ଓଡ଼ିଶାରେ IPS ଅଧିକାରୀସ୍ତରରେ ଅଦଳବଦଳ ହୋଇଛି। ମଙ୍ଗଳବାର ଗୃହ ବିଭାଗ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁସାରେ ୪ ଜଣ IPS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୧୫ ବ୍ୟାଚ୍ର IPS ଅଧିକାରୀ ଡ. ସାରଭାନା ବିବେକ ଏମ୍ଙ୍କୁ ଭୁବନେଶ୍ୱରର ନୂଆ DCP ଭାବେ ନିଯୁକ୍ତ କରାଯାଇଛି।
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ସାରଭାନା ବିବେକ ହେଲେ ଭୁବନେଶ୍ୱର DCP
ଡ. ସାରଭାନା ବିବେକ ଏମ୍ ପୂର୍ବରୁ ବ୍ରହ୍ମପୁର SP ଭାବେ କାର୍ଯ୍ୟରତ ଥିଲେ। ଏବେ ତାଙ୍କୁ ଭୁବନେଶ୍ୱର DCP ଭାବେ ଦାୟିତ୍ୱ ଦିଆଯାଇଛି। ତାଙ୍କ ନିଯୁକ୍ତି ପରେ ପୂର୍ବତନ DCP ଜଗମୋହନ ମୀନାଙ୍କ ସ୍ଥାନ ପୂରଣ ହୋଇଛି।
ଜଗମୋହନ ମୀନାଙ୍କ IPSରୁ ଇସ୍ତଫାକୁ କେନ୍ଦ୍ର ସରକାର ସେପ୍ଟେମ୍ବର ୧୧ରୁ ଲାଗୁ ହେବା ଭଳି ଗ୍ରହଣ କରିଥିଲେ। ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।
ବ୍ରହ୍ମପୁର SP ହେଲେ ଅଭିନବ ସୋନକର
୨୦୧୯ ବ୍ୟାଚ୍ର IPS ଅଧିକାରୀ ଅଭିନବ ସୋନକରଙ୍କୁ ବ୍ରହ୍ମପୁରର ନୂଆ SP ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ଢେଙ୍କାନାଳ SP ଭାବେ କାର୍ଯ୍ୟରତ ଥିଲେ।
ଢେଙ୍କାନାଳ SP ହେଲେ ମାନେ ଅଜିଙ୍କ୍ୟ ବାବୁରାଓ
୨୦୨୨ ବ୍ୟାଚ୍ର IPS ଅଧିକାରୀ ମାନେ ଅଜିଙ୍କ୍ୟ ବାବୁରାଓଙ୍କୁ ଢେଙ୍କାନାଳ SP ଦାୟିତ୍ୱ ମିଳିଛି। ସେ ପୂର୍ବରୁ ପାରାଦୀପର Additional SP ଭାବେ କାର୍ଯ୍ୟରତ ଥିଲେ।
ବରଗଡ଼ SDPO ହେଲେ A.B. ଶିଳ୍ପା
୨୦୨୧ ବ୍ୟାଚ୍ର IPS ଅଧିକାରୀ A.B. ଶିଳ୍ପାଙ୍କୁ ବରଗଡ଼ର SDPO ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ Assistant SP ଭାବେ କାର୍ଯ୍ୟରତ ଥିଲେ
