ତାଳଚେର ଗଣପର୍ବରେ ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନଙ୍କ ସେବା ଓ ଲୋକସମ୍ପର୍କ
ତାଳଚେର:(ମନୋଜ ରାଉତ)(ନିପ୍ର): ତାଳଚେର ମାଟିର ପୁଅ ତଥା ଡେରା ଅଞ୍ଚଳର ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନ ଚଳିତ ବର୍ଷର ଗଣେଶ ପୂଜା ଅବସରରେ ନିଜର ସେବା ଓ ଲୋକସମ୍ପର୍କ ଜାରି ରଖିଛନ୍ତି।
ତାଳଚେରର ଗଣପର୍ବ ଗଣେଶ ପୂଜାରେ ସାମିଲ ହୋଇ ସେ ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିବା ସହ ପୂଜା କମିଟିର କର୍ମକର୍ତ୍ତା, ଯୁବକ ଓ ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ କଥା ଶୁଣୁଛନ୍ତି।
ବର୍ଷା ହେଉଥିଲେ ମଧ୍ୟ ତାହାକୁ ଖାତିର ନକରି ବିଭିନ୍ନ ମଣ୍ଡପରେ ପହଞ୍ଚି ଲୋକଙ୍କ ସହ ସମୟ ବିତାଇବା ସହ ତାଳଚେରର ବିକାଶ, ସାମାଜିକ ସହଯୋଗ ଓ ଯୁବପିଢ଼ିଙ୍କ ଭୂମିକା ନେଇ ମତବିନିମୟ କରୁଥିବା ଦେଖାଯାଇଛି।
ଜଗନ୍ନାଥ ପ୍ରଧାନଙ୍କ କହିବା ଅନୁଯାୟୀ, ପର୍ବ କେବଳ ଉତ୍ସବ ପାଳନରେ ସୀମିତ ନୁହେଁ; ଏହା ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ଓ ସମାଜ ପାଇଁ କିଛି କରିବାର ମଧ୍ୟ ଏକ ସୁଯୋଗ।
ଗଣେଶ ପୂଜାର ଉତ୍ସବମୁଖର ପରିବେଶ ମଧ୍ୟରେ ତାଙ୍କର ଏହି ଲୋକସମ୍ପର୍କ ଓ ସାମାଜିକ କାର୍ଯ୍ୟକୁ ନେଇ ତାଳଚେରରେ ଚର୍ଚ୍ଚା ଜାରି ରହିଛି।
