ବଜ୍ରାଘାତରେ ଛଅ ଗାଇଗୋରୁ ମୃତ
ବାଲିଗୁଡା,୨୦/୯(ନିପ୍ର)-; ବାଲିଗୁଡା ଥାନା ଅନ୍ତର୍ଗତ ମହାଶିଙ୍ଗ ପଂଚାୟତର ଇନ୍ଦିରାଜାରେ ବାଜ୍ରାଘାତରେ ଛଅଗୋଟି ଗାଇଗୋରୁ ମୃତ ହୋଇଛନ୍ତି । ସୁଚନାରୁ ପ୍ରକାଶ ଯେ ଇନ୍ଦିରାଜ ଗ୍ରାମରେ ଅପରାହ୍ନରେ ପ୍ରବଳ ବର୍ଷା ହୋଇ ବିଜୁଳି ଘଡଘଡି ମାରିଥିଲା । ଏହି ସମୟରେ ଇନ୍ଦିରାଜାର ଏକ ଗଛତଳେ ବର୍ଷାକୁ ଡରି ଛଅଗୋଟି ଗୋରୁଗାଇ ଆଶ୍ରୟ ନେଇଥିଲେ ଓ ବଜ୍ରାଘାତ ପ୍ରହାରରେ ସେମାନେଙ୍କ ମୃତ୍ୟୁ ହୋଇଛି । ବର୍ଷା ଛାଡିବା ପରେ ସ୍ଥାନୀୟ ଲୋକେ ଦେଖିଥିଲେ ଯେ ଗଛତଳେ ଛଅଗୋଟି ଗୋରୁଗାଇ ପଡିରହିଛନ୍ତି ପଖାକୁ ଯାଇ ଦେଖିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଯାଇଛି । ନିକଦିମ ଦିଗାଳଜ୍ଞ ଗୋଟିଏ ବଳଦ,ଅଙ୍ଗଦ ଶାଣ୍ଡଙ୍କ ଗୋଟିଏ ବଳଦ,ଗଣେଶ ଷାଣ୍ଡ ଗୋଟିଏ ଗାଇ.ଦଦିଆନ ଦିଗାଳଜ୍ଞ ଗୋଟିଏ ଗାଇ,ସରୋଜ ମଳିକଙ୍କ ଗୋଟିଏ ଗାଇ,ସାଂଜାପା ମାଝୀଙ୍କ ଗୋଟିଏ ଗାଇ ମୃତୁ ହୋଇଛି । ଏମାନେ ପ୍ରଶାସନ ପାଖରେ କ୍ଷତିପୁରଣ ଦାବୀ କରିଛନ୍ତି l
