ମୋଟୁ ବନ କର୍ମଚାରୀଙ୍କ ଦ୍ୱାରା ୫୫ ଟି କଇଁଛ ଜବତ, ୪ ଗିରଫ
ମାଲକାନଗିରି ,୧୭/୯
ବେଆଇନ କଇଁଛ ଚୋରା ଚାଲାଣ ସମ୍ପର୍କରେ ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ପାଇ ମୋଟୁ ବନ କର୍ମଚାରୀମାନେ ଏମପିଭି-୫୩ ଗାଁ ନିକଟ କେନାଲ ରାସ୍ତାରେ ୫୫ଟି କଇଁଛ ଜବତ କରିବା ସହିତ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ତଦନ୍ତ ସମୟରେ ଦୁଇଟି ମୋଟରସାଇକେଲ୍ ରେଜିଷ୍ଟ୍ରେସନ୍ ନମ୍ବର ଓଆର-୩୦- ୩୭୧୬ ଏବଂ ଓଆର- ୩୦-୪୮୩୭ ଜବତ କରାଯାଇଛି ।ଯାଞ୍ଚ ବେଳେ ମୋଟ ୫୫ ଜୀବନ୍ତ କଇଁଛଙ୍କୁ ମୋଟର ସାଇକେଲ ଯୋଗେ ବେଆଇନ ଭାବେ ପରିବହନ କରାଯାଉଥିବା ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରେ ସମସ୍ତ କଇଁଛଙ୍କ ସହ ଗାଡି ଜବତ କରାଯାଇଛି। ଏହି ଅପରାଧ ସଂପର୍କରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁଙ୍କ ବେଆଇନ ଅଧିକାର ଏବଂ ପରିବହନ ପାଇଁ ୱାଇଲ୍ଡ ଲାଇଫ୍ ପ୍ରୋଟେକସନ ଆକ୍ଟ, ୧୯୭୨ ଅନୁଯାୟୀ ମୋଟୁ ରେଞ୍ଜର ୨୦୨୬/୨୭ ଜଙ୍ଗଲ ମାମଲା ଅଭିଯୁକ୍ତଙ୍କ ବିରୁଦ୍ଧରେ ପଞ୍ଜୀକୃତ କରାଯାଇଛି।ଉଦ୍ଧାର ହୋଇଥିବା କଇଁଛମାନଙ୍କୁ ଆବଶ୍ୟକ ଯତ୍ନ ନିଆଯାଉଥିବା ବେଳେ ଅଧିକ ତଦନ୍ତ ପ୍ରକ୍ରିୟା ଚାଲିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟମୋଟୁ ବନ କର୍ମଚାରୀଙ୍କ ଦ୍ୱାରା ୫୫ ଟି କଇଁଛ ଜବତ, ୪ ଗିରଫ
ମାଲକାନଗିରି ,୧୭/୯
ବେଆଇନ କଇଁଛ ଚୋରା ଚାଲାଣ ସମ୍ପର୍କରେ ନିର୍ଭର ଯୋଗ୍ୟ ସୂତ୍ରରୁ ସୂଚନା ପାଇ ମୋଟୁ ବନ କର୍ମଚାରୀମାନେ ଏମପିଭି-୫୩ ଗାଁ ନିକଟ କେନାଲ ରାସ୍ତାରେ ୫୫ଟି କଇଁଛ ଜବତ କରିବା ସହିତ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ତଦନ୍ତ ସମୟରେ ଦୁଇଟି ମୋଟରସାଇକେଲ୍ ରେଜିଷ୍ଟ୍ରେସନ୍ ନମ୍ବର ଓଆର-୩୦- ୩୭୧୬ ଏବଂ ଓଆର- ୩୦-୪୮୩୭ ଜବତ କରାଯାଇଛି ।ଯାଞ୍ଚ ବେଳେ ମୋଟ ୫୫ ଜୀବନ୍ତ କଇଁଛଙ୍କୁ ମୋଟର ସାଇକେଲ ଯୋଗେ ବେଆଇନ ଭାବେ ପରିବହନ କରାଯାଉଥିବା ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରେ ସମସ୍ତ କଇଁଛଙ୍କ ସହ ଗାଡି ଜବତ କରାଯାଇଛି। ଏହି ଅପରାଧ ସଂପର୍କରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁଙ୍କ ବେଆଇନ ଅଧିକାର ଏବଂ ପରିବହନ ପାଇଁ ୱାଇଲ୍ଡ ଲାଇଫ୍ ପ୍ରୋଟେକସନ ଆକ୍ଟ, ୧୯୭୨ ଅନୁଯାୟୀ ମୋଟୁ ରେଞ୍ଜର ୨୦୨୬/୨୭ ଜଙ୍ଗଲ ମାମଲା ଅଭିଯୁକ୍ତଙ୍କ ବିରୁଦ୍ଧରେ ପଞ୍ଜୀକୃତ କରାଯାଇଛି।ଉଦ୍ଧାର ହୋଇଥିବା କଇଁଛମାନଙ୍କୁ ଆବଶ୍ୟକ ଯତ୍ନ ନିଆଯାଉଥିବା ବେଳେ ଅଧିକ ତଦନ୍ତ ପ୍ରକ୍ରିୟା ଚାଲିଛି।
(ରିପୋର୍ଟ: ସାମ୍ବାଦିକ ରଞ୍ଜିତ୍ କୁମାର ମଣ୍ଡଳ ମାଲକାନଗିରି)