ବିଦ୍ୟାମନ୍ଦିରରେ ଭାଗବତ କଥାମୃତ।
୧୫.୯ — ଦେଶର ଭବିଷ୍ୟତ ନାଗରିକ ମାନଙ୍କୁ ଭାଗବତ ଧର୍ମରେ ଅନୁପ୍ରାଣିତ କରି ଏକ ସୁସ୍ଥ ସମାଜ ଗଠନ କରିବା ସହିତ ସେମାନଙ୍କର ମନୁଷ୍ୟ ଜନ୍ମକୁ ସାର୍ଥକ କରିବା ପାଇଁ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତିଙ୍କ ଆହ୍ୱାନ କ୍ରମେ ହରିଚନ୍ଦନପୁର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଖୁଣ୍ଟବନ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ” ବିଦ୍ୟାଳୟରେ ଭାଗବତ କଥାମୃତ” ମହସମାରୋହରେ ପାଳିତ ହୋଇଯାଇଛି।ସର୍ବ ପ୍ରଥମେ ବିଦ୍ୟାମନ୍ଦିରର ପିତୃମାତୃ ସମ୍ମିଳନୀ ଅବସରରେ ଆଚାର୍ଯ୍ୟ,ଗୁରୁମା , ଛାତ୍ରଛାତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କ ପିତାମାତା ମାନଙ୍କ ସମାବେଶରେ ଭାଗବତ ଗାଦି ପୂଜାର୍ଚ୍ଚନା କରି ଭାଗବତ ପାରାୟଣ କରାଯାଇ ଭାଗବତ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି, କେନ୍ଦୁଝର ଗଡ ପୌରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତି ସମ୍ପାଦକ ଅକ୍ଷୟ କୁମାର ଦାସ ମୁଖ୍ୟ ବକ୍ତା,ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ,ଜିତେନ୍ଦ୍ର ବେହେରା, ହରିଚନ୍ଦନପୁର ବ୍ଲକ ସଭାପତି ସୁରେଶ ଚନ୍ଦ୍ର ସାହୁ, ହୁଣ୍ଡା ମହାପାଟ ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ନାରାୟଣ ବାରିକ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ବାଳକ ବାଳିକା ମାନଙ୍କ ହୃଦୟରେ ଭଗବତ୍ ଭାବ ସଞ୍ଚାରିତ କରିବା ପାଇଁ ଉଦ୍ ବୋଧନ ଦେଇଥିଲେ।ଏହି ମହାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଦ୍ୟାମନ୍ଦିରର ସମ୍ପାଦକ ଲଳିତ କୁମାର ମହାନ୍ତ, ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଦେହୁରୀ, ପରିଚାଳନା କରିଥିଲେ ହରିଚନ୍ଦନପୁର ବ୍ଲକ୍ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ମାର୍କଣ୍ଡ ବେହେରା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁମା ସୁକୁମାରୀ ନାଏକ।ଏଥିରେ ଗୁରୁଜୀ ତ୍ରିଲୋଚନ ମହାନ୍ତ, ସାଧୁଚରଣ କିସାନ ଯୋଗମୟ ଜୁଆଙ୍ଗ,ଗୁରୁମା ଜ୍ୟୋର୍ତିମୟୀ ମହାନ୍ତ,ରୀନାରାଣୀ ସାହୁ,ସେବିକା ପାର୍ବତୀ ମହାନ୍ତ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମିତ୍ରଭାନୁ ପରିଡ଼ା,ଉପସଭାପତି ଭାନୁମତୀ ମହାନ୍ତ,ଅଗସ୍ତି ବାରିକ, କୋଷାଧକ୍ଷ ଲକ୍ଷ୍ମୀପ୍ରିୟା ଜୁଆଙ୍ଗ ଓ ସୋମଗିରି ଭାଗବତ ଟୁଙ୍ଗି ସମ୍ପାଦକ ଚକ୍ରଧର ବାରିକ, ହରିଚନ୍ଦନପୁର ବ୍ଲକ ସମ୍ପାଦକ ବିଚିତ୍ରାନନ୍ଦ ବେହେରା ଓ ବାଂଶପାଳ ଭାଗବତ ଟୁଙ୍ଗି ଭକ୍ତ ଗୟାମଣି ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
