*ଏକତା ଓ ସ୍ନେହର ଅନନ୍ୟ ଉଦାହରଣ: ଖଡ଼ିଆଳ ନେହେନାରେ ଏକାକାର ହୋଇ ନୂଆଁଖାଇ ପାଳିଲା ବୃହତ ପରିବାର*
ନୂଆପଡା( ମିଖାଏଲ ନନ୍ଦ)
ତା-୧୫/୦୯
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ଠାରେ ପଶ୍ଚିମ ଓଡ଼ିଶା ର ବୃହତ୍ ଦଣ୍ଡସେନା ପରିବାର ର ଏକତ୍ର ନୂଆଁଖାଇ ପର୍ବ ପାଳିତ ହୋଇଯାଇଅଛି।ଏକାକାର ହୋଇ ଏକ ହଜାର ରୁ ଉର୍ଦ୍ଧ ସଦସ୍ୟ ଏକାଠି ନୂଅଁଖାଇଲେ। ଭାଦ୍ରବ ମାସ ଶୁକ୍ଲ ପକ୍ଷ ର ଶ୍ରୀପଞ୍ଚମୀ ତିଥି ରେ ନୁଆଁଖାଇ ପର୍ବ ପାଳନ କରିଛନ୍ତି। ଜିଲ୍ଲାର କୋଣ ଅନୁକୋଣ ରେ ମଧ୍ୟ ଆଜି ପାଳିତ ହୋଇଯାଇଛି ନୂଆଁଖାଇ ପର୍ବ। ସମସ୍ତ ସଦସ୍ୟ ଦୂର ଦୂରାନ୍ତରୁ ଆସି ପହଞ୍ଚି ଥାଆନ୍ତି ନିଜ ଭିଟାମାଟିକୁ ।ନୂଆଁଖାଇ ପର୍ବ ସତରେ ଅଜବ ଉତ୍ସାହ ଏବଂ ଉଦ୍ଦୀପନା ସହିତ ଭାଇଚାରା, ଏକତା ଓ ମୈତ୍ରୀର ବାର୍ତ୍ତା ଦେଇଥାଏ। ମନ ରେ ଥିବା ସମସ୍ତ ତିକ୍ତତା କୁ ଭୁଲି ସମସ୍ତେ ଏକାକାର ହୋଇଥାନ୍ତି। ମାଟି ଓ ପ୍ରକୃତି କୁ ଉପାସନା କରିବା ପ୍ରାଚୀନ ପରମ୍ପରା ପାଳିତ ହେବାର ଏକ ଅନନ୍ୟା ଉତ୍ସବ ନୂଆଁଖାଇ। ଜମିରୁ ଉତ୍ପାଦିତ ନୂତନ ଶସ୍ୟ କୁ ଆଣି ମହିଳା ମାନେ ଚୁଡ଼ା ପ୍ରସ୍ତୁତ କରିଥାନ୍ତି। ନିଜ ଅଧିଷ୍ଠାତ୍ରୀ ଦେବୀ ଙ୍କୁ ଅର୍ପଣ କରି ପରିବାର ଏକତ୍ର ନୂଆଁଖାଇ ପାଳନ କରିଥିଲେ। ପରିବାରର କନିଷ୍ଠ ସଦସ୍ୟ ଠାରୁ ଆରମ୍ଭ କରି ବୟସ୍କ ସଦସ୍ୟ ଏକାଠି ବସି ନୂଆଁ ଖାଇଛନ୍ତି। ଖଡ଼ିଆଳର ଦଣ୍ଡସେନା ପରିବାର ଭଳି ଜିଲ୍ଲାରେ ସମସ୍ତ ପରିବାର ନିଜ ସଦସ୍ୟଙ୍କ ସହ ଏକାଠି ନୂଆଁଖାଇ ପାଳିତ ହୋଇଯାଇଅଛି।
