*ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୩୪ ତମ ନୂଆଁଖାଇ ଭେଟଘାଟ ପାଳିତ: ଉଜ୍ଜୀବିତ ହେଲା ପାରମ୍ପରିକ ଏକତା*
ନୂଆପଡା(ମିଖାଏଲ ନନ୍ଦ)
ତା-୧୫/୦୯
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ୩୪ ତମ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ, ଭାବର ବନ୍ଧନର ସମଗ୍ର ଖଡ଼ିଆଳ ବାସୀ ଏକାକାର ହୋଇ ନୂଆଁଖାଇ ପର୍ବ ପାଳନ କରି ଭେଟ ଘାଟ ହୋଇଥିଲେ। ଏହି ସାମୁହିକ ନୂଆଁଖାଇ ପର୍ବରେ ଧର୍ମ,ବର୍ଣ୍ଣ, ନିର୍ବିଶେଷ ରେ ସମସ୍ତେ ଏକାକାର ହୋଇ କୌଣସି କାରଣ ବଶତଃ ପରିବାରରୁ ଦୂରରେ ରହି ପର୍ବ ପାଳନ ରୁ ବଞ୍ଚିତ ହେବା କୁ ଦେଇ ନଥାଏ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ। ୧୯୯୨ ମସିହାରୁ ସାମୂହିକ ନୂଆଁଖାଇ ଭେଟ ଘାଟ ଉତ୍ସବ ପାଳିତ ହେଉଅଛି।ଆଜି ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ଏହା ନିବିଡ ସମ୍ପର୍କ କୁ ମଜଭୁତ କରିବା ସହ ବନ୍ଧୁତା ଏବଂ ଉତ୍ତମ ନାଗରିକର ବ୍ୟବହାର କରିବା ପାଇଁ ତାଲିମ ଦେଇଥାଏ ବୋଲି କହିଥିଲେ। ଭେଟ ଘାଟ ର ମହତ୍ୱ ନିଜ କନିଷ୍ଠ ଙ୍କୁ ବୟଷ୍କ ଙ୍କ ସ୍ନେହ ଶ୍ରଦ୍ଧା ସୁମନ ଅର୍ପଣ କରୁଥିବା ବେଳେ କିପରି ସମାଜରେ ଚଳନି ନେଇ ସମ୍ପର୍କ ଦୋରିକୁ ନିବିଡ କରିଥାଏ ବୋଲି ଶ୍ରୀମତୀ ନନ୍ଦ କହିଥିଲେ। ମାଁ ସମଲେଇ ଙ୍କ ଠାରେ ପୂଜା ଅର୍ଚ୍ଚନା କରି ନୂତନ ଶସ୍ୟ କୁ ଅର୍ପଣ କରି ସମସ୍ତେ ଏକାଠାରେ ନୂଆଁଖାଇ ଥାଆନ୍ତି। ପରେ ସମସ୍ତେ ସମ୍ମାନ ପ୍ରଦାନ କରି ଜୁହାର ଭେଟ ହୋଇଥାନ୍ତି। ତେଣୁ ପଶ୍ଚିମ ଓଡ଼ିଶା ପର୍ବ ରେ ସାଂସ୍କୃତିକ ନାଚ ଗାନା, ବିନା ତିହାର ଲଗାଇ ସି ଫିକା, ଢୋଲ ନିଶାନ ତାସା ତାଳେ ନାଚି ଉଠିଛେ ନୂଆଁଖାଇ ମୌକା
