କଳୀଙ୍ଗଭାରତି ଫାଉଣ୍ଡେସନ ଏବଂ ଅକ୍ଷୟମିତ୍ର ଫାଉଣ୍ଡେସନ ପକ୍ଷରୁ ଜଟାଧାରୀଆଶ୍ରମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମାହାଙ୍ଗା_୧୫/୯(କଟକ )
ମାହାଙ୍ଗା ବ୍ଲକ ଭେଡା ଗ୍ରାମ ପଞ୍ଚାୟତ ପ୍ରସିଦ୍ଧ ଆଧ୍ୟାତ୍ମିକ କ୍ଷେତ୍ର ଜଟାଧାରୀଆଶ୍ରମ ପରିସରରେ ଶତାଧିକ ବେଲ ନଡ଼ିଆ ଏବଂ ବିଭିନ୍ନ ପ୍ରକାରର ଫଳ ଫୁଲ ଓ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କଳିଙ୍ଗଭାରତୀ ଫାଉଣ୍ଡେସନ ଓ ଅକ୍ଷୟମିତ୍ର ଫାଉଣ୍ଡେସନ,ନୂଆଦିଲ୍ଲୀ ପୃଷ୍ଠପୋଷକତାରେ ଏବଂ ଜଟାଧାରୀଆଶ୍ରମ ଆନୁକୂଲ୍ୟରେ ରେ ଏହି ଅବସରରେ ଆଶ୍ରମ ପରିସରରେ ଅନୁଷ୍ଠିତ ସଭାରେ ଗୀତିକାର ବିଶେଶ୍ୱର ମହାନ୍ତି ଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଇଁ ଅକ୍ଷୟ କୁମାର ସାମଲ ଯୋଗଦେଇ ଫାଉଣ୍ଡେସନ ର ଆଭିମୁଖ୍ୟ ଏବଂ ଓଡ଼ିଶା ଓ ମାହାଙ୍ଗାରେ କରାଯିବାକୁ ଥିବା ବିଭିନ୍ନ ବିଭିନ୍ନ ସାମାଜିକ,ସାଂସ୍କୃତିକ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ମହିମା ଧର୍ମର ଗବେଷକ ଡ଼କ୍ଟର ଏକାଦଶୀ ପ୍ରଧାନ,ପ୍ରବଚକ ସୁଶାନ୍ତ ନାୟକ,ନାଟ୍ୟକାର ଅଭୟ କୁମାର ଦାସ ପ୍ରମୁଖ ଯୋଗଦେଇ ଆଶ୍ରମ ର ମାହାତ୍ମ୍ୟ ଏବଂ ସାମ୍ପ୍ରତିକ ସମୟରେ ବୃକ୍ଷରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜଟାଧାରୀ ଆଶ୍ରମ ର ମୁଖ୍ୟ ପରିଚାଳକ ଅଶୋକ ସାମଲ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆଶ୍ରମ ର ମହନ୍ତ ଗୁରୁ ରାମପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ଋଷି କୁମାର ରାଉତ୍,ପ୍ରଶାନ୍ତ ପଟ୍ଟନାୟକ, ସୁନାକର ରାଉତ ପ୍ରମୁଖ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦାନ କରିଥିଲେ। ଫାଉଣ୍ଡେସନ ର ରାଜ୍ଯ କାର୍ଯ୍ୟକାରିଣୀ ବରିଷ୍ଠ କର୍ମକର୍ତ୍ତା ବୈଜ୍ଞାନିକ ବିଜୟ କୁମାର ସାମଲ, ପରିବେଶବିତ୍ ଅକ୍ଷୟ କୁମାର ଷଡ଼ଙ୍ଗୀ, ଶିକ୍ଷାବିତ୍ ଚୌ ରମାକାନ୍ତ ପ୍ରହରାଜ, ପ୍ରଦ୍ୟୁମ୍ନ କୁମାର ବାରିକ୍, ପ୍ରଦୀପ୍ତ କୁମାର ମହାପାତ୍ର,ଯତୀନ୍ଦ୍ର ନାଥ ସାମଲ, ଜ୍ୟୋତିରଞ୍ଜନ ମହାନ୍ତି, ସମାଜସେବୀ ପବିତ୍ରମୋହନ ପ୍ରଧାନ, ସୁନାକର ମହାପାତ୍ର, ସୁବାସ ସିଂହ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ କୁ ସଫଳତାର ସହିତ ପରିଚାଳନା କରିଥିଲେ। ବରିଷ୍ଠ କବି ପ୍ରଫୁଲ୍ଲ କୁମାର ସିଂହ କବିତା ପାଠ କରିଥିବା ବେଳେ ଆଶ୍ରମ ର ଅନ୍ତେବାସୀ ବେଦବିଦ୍ୟାର୍ଥି ବେଦପାଠ ଏବଂ ବାବା ଆତ୍ମାରାମ ଙ୍କ ରଚିତ ଭଜନ ପରିବେଷଣ କରିଥିଲେ। ସ୍ଥାନୀୟ ଅଧିବାସୀ ଏବଂ ଆଶ୍ରମ ଅନ୍ତେବାସୀ ମାନେ ସକ୍ରିୟ ଭାବେ କାର୍ଯ୍ୟକ୍ରମ କୁ ସଫଳତା ର ସହିତ ପରିଚାଳନା କରିଥିଲେ।
