ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗଣେଶ ମନ୍ଦିର ପ୍ରତିଷ୍ଠା l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋପାଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଘ୍ନବିନାଶକ ଶ୍ରୀ ଗଣେଶ ଦେବ ଙ୍କ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି l ଏହି ମନ୍ଦିର ପ୍ରତିଷ୍ଠା ନିମନ୍ତେ ସରକାରୀ ତହବିଲ ରୁ ଗୋଟିଏ ଟଙ୍କା ଖର୍ଚ୍ଚ କରାନଯାଇ ବହୁ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କ ଉଦ୍ୟମ ବଳରେ ଏହା ପ୍ରତିଷ୍ଠା ହୋଇପାରିଛି l ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ଏବିଇଓ ଆଶୁତୋଷ ବାନାର୍ଜୀ, ସିଆରସି ସୁକାନ୍ତ କୁମାର ଦ୍ଵିବେଦୀ, ସିଆରସି ଦେବାଶିସ୍ ବେହେରା, ସିଆରସି ଦିଲ୍ଲୀପ କୁମାର ସ୍ଵାଇଁ, ଶିକ୍ଷକ ଅମୂଲ୍ୟ କୁମାର ସ୍ୱାଇଁ, ଶିକ୍ଷକ ଭାସ୍କର ମୁଦୁଲି ଓ ବିଇଓ କାର୍ଯ୍ୟାଳୟ ର କର୍ମଚାରୀମାନେ ଯୋଗଦେଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଜୟପ୍ରକାଶ ପଣ୍ଡା, ଶିକ୍ଷୟିତ୍ରୀ ସୁଜାତା ମହାନ୍ତି, ସୁଶ୍ରୀ ସଂଗୀତା ଦାସ, ଦୀପ୍ତି ମଲ୍ଲିକ, ପୁଷ୍ପାଞ୍ଜଳି ସ୍ୱାଇଁ, ପ୍ରଭାତୀ ପ୍ରିୟ ବିଶ୍ଵାଳ, ଉପ-ସଭାପତି ସଂଗୀତା ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ମାନେ ସହଯୋଗ କରିଥିଲେ l ବିଦ୍ୟାଳୟ ପରିସରରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ବେଶ ହସ ଖୁସିରେ ପାଳନ ହୋଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସମାଜସେବୀ କେଦାରନାଥ ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l
