କୋଟପାଡ଼ କଂଗ୍ରେସ ପକ୍ଷରୁ ଅନାମ ଦିଆନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
କୋଟପାଡ଼ (ଭଞ୍ଜଦୂତ)
ଆଜି କୋଟପାଡ଼ କଂଗ୍ରେସ ଦଳ ପକ୍ଷରୁ କୋଟପାଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନାମ ଦିଆନଙ୍କୁ କୋଟପାଡ଼ କଂଗ୍ରେସ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି, ବିଶେଷ କରି
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ର ରାଜ୍ୟ ସମ୍ପାଦକ ଭାବରେ ଅନାମ ଦିଆନ ନିଯୁକ୍ତ ଓ ଚୟନ ହେବା ପରେ କୋଟପାଡ଼ ଠାରେ ଦଳ ପକ୍ଷରୁ ଏକ ବିଶେଷ ସମ୍ବର୍ଦ୍ଧନା ବୈଠକ ଆୟୋଜନ ହୋଇଯାଇଥିଲା,ଏହି କାର୍ଯ୍ୟକ୍ରମ କୋଟପାଡ଼ କଂଗ୍ରେସ ନଗର
ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା,ଆଜିର ଏହି ବୈଠକରେ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ ବ୍ଲକ ସଭାପତି ଘନଶ୍ୟାମ ବିଶୋଇ,ୱାର୍ଡ ମେମ୍ବର ସଲମା ବେଗମ, ସୟଦ ଯୁସୁଫ, ମନୋହର ବିଶୋଇ,ଜିତେନ୍ଦ୍ରନାଥ ମହାପାତ୍ର,ସନ୍ତୋଷ ମିଶ୍ର,ମୁନା ଖାନ,ଶଙ୍କର ପଣ୍ଡା,ରଙ୍ଗନାଥ ହୋତା, ବୁଲୁ ହୋତା,ମୀରା ଚଲାଣ, ନବୀନ ବିଶୋଇ,କେ.ରାମୁ ରାଓ, ଭରତ ଭଣ୍ଡାରକାରିଆ,ଏମ.ଡ଼ି. ସଫସେଲ,ଉମେଶ ବ୍ରହ୍ମା,ବୁନା ବ୍ରହ୍ମା,ଯେ ବାନାର୍ଜୀ ରାଓ,ପୁରନ ନାୟକ,ରେହେମାନ ଖାନ, ଗିରିଶ ପଟ୍ଟନାୟକ, ହିମାଂଶୁ ଶାସମଲଙ୍କ ସହିତ ସମସ୍ତ କର୍ମୀମାନେ ଉପସ୍ଥିତ ରହି ନବନିଯୁକ୍ତ ରାଜ୍ୟ ସମ୍ପାଦକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିଥିଲେ,ଏହି
କାର୍ଯ୍ୟକ୍ରମର ମୁଖ୍ୟ ବିବରଣୀ ହେଲା କଂଗ୍ରେସ
ସଂଗଠନ ମଜବୁତ କରିବା,ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ସଜାଗ ରହି ଗ୍ରାଉଣ୍ଡ ଜିରରେ ପହଁଚି ଲୋକଙ୍କୁ ସହଯୋଗ କରିବା ମୂଳଲକ୍ଷ,ରାଜ୍ୟ ସମ୍ପାଦକ ଦାୟିତ୍ୱ ମିଳିବା ପରେ ଅନାମ ଦିଆନ ଦଳୀୟ ହାଇକମାଣ୍ଡଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୋଟପାଡ଼ ତଥା କୋରାପୁଟ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ,
ଜନସାଧାରଣଙ୍କ ସମସ୍ୟା ଉପରେ ଗୁରୁତ୍ୱ: ଅଞ୍ଚଳର ଚାଷୀ, ଯୁବକ ଓ ସାଧାରଣ ଜନତାଙ୍କ ହକ୍ ପାଇଁ କଂଗ୍ରେସ ସଦାସର୍ବଦା ଲଢ଼େଇ ଜାରି ରଖିବ ବୋଲି ସଭାରେ ସଂକଳ୍ପ ନିଆଯାଇଥିଲା, ବିଶେଷକରି ଆଜି କୋଟପାଡ଼ ସକାଳ ପ୍ରତିନିଧି ଶ୍ରୀ ଶଳେନ୍ଦ୍ର ମାଦଳା ସ୍ଵଇଛାରେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ, ଶ୍ରୀ ଶଳେନ୍ଦ୍ରଙ୍କୁ କୋଟପାଡ଼ କଂଗ୍ରେସ ପକ୍ଷରୁ ଫୁଲଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା,
ନେତା ଓ କର୍ମୀଙ୍କ ଉତ୍ସାହ: ଏହି ସମ୍ବର୍ଦ୍ଧନା ପର୍ବ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଶକ୍ତି ଓ ଉତ୍ସାହ ଭରିଦେଇଛି।
ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବ୍ଲକ୍ ଓ ନଗର କଂଗ୍ରେସର ବହୁ ବରିଷ୍ଠ ନେତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ
