ରାଜମା,ସାବୁ,ମାଣ୍ଡିଆ ଓ କୋଳଥରେ ଗଣେଶ ଠାକୁର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ପୌରାଞ୍ଚଳ କମରପୁର ଗ୍ରାମସ୍ଥ ଲିଟିଲଷ୍ଟାର କ୍ଳବ ପକ୍ଷରୁ ନୂଆ ଢଙ୍ଗରେ ଗଣେଶ ମୂର୍ତି ପ୍ରସ୍ତୁତ କରାଯାଇଛି। ରାଜମା,ସାବୁ,ମାଣ୍ଡିଆ ଓ କୋଳଥରେ ଗଣେଶ ମୂର୍ତି ନିର୍ମାଣ କରାଯାଇଥିବାରୁ ସମସ୍ତଙ୍କୁ ଏହା ଆକୃଷ୍ଟ କରିଛି। ଏଥିରେ ୧୨ କିଲୋ ରାଜମା,୧୫ କିଲୋ ସାବୁ,୧୦ କିଲୋ ମାଣ୍ଡିଆ,୬ କିଲୋ କୋଳଥ ବ୍ୟବହାର କରାଯାଇଛି। ପଶ୍ଚିମବଙ୍ଗ ଅଞ୍ଚଳର ମର୍ତ୍ତି କାରିଗର ଲକ୍ଷ୍ମଣ ମଣ୍ଡଳ ଏହାକୁ ନିର୍ମାଣ କରିଛନ୍ତି। ପ୍ରତିବର୍ଷ ଏହି କ୍ଲବ ପକ୍ଷରୁ ନିଆରା ଡ଼ଙ୍ଗରେ ମୁର୍ତ୍ତି ନିର୍ମାଣ କରାଯାଉଥିବା ବେଳେ ଚଳିତ ବର୍ଷର ଏହି ମୁର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି।ସେହିପରି ଭାବେ ବଡ଼ଖୁରି ସ୍ଥିତ କାମେଶ୍ୱର କ୍ଲବ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରେଶ୍ୱର , ଗଣେଶ ମାର୍କେଟ , ଷ୍ଟେସନ ଛକ ଆଦି ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବେଶ ଧୁମଧାମରେ ପାଳିତ ହୋଇଯାଇଛି।
