ସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୦ କୁଇଣ୍ଟାଲରୁ ଉର୍ଦ୍ଧ କାଠ , ସାଧାରଣରେ ଚର୍ଚ୍ଚା ଏହା ଚୋରା କାଠ
ବିଞ୍ଝାରପୁର ସିଂହପୁର ବଜାରକୁ ଲାଗି ସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ | ଏହା ଏକ ବହୁ ପୁରୁଣା ଶିକ୍ଷାନୁଷ୍ଠାନ ଅଟେ | ଏହି ସ୍କୁଲରେ ୪୦ କୁଇଣ୍ଟାଲ ରୁ ଅଧିକ କାଠ ଏକ ଘରେ ଓ ପଡିଆରେ ଜମା ହୋଇ ରହି ଅଛି | ଏହା ସାଧାରଣରେ ଚର୍ଚ୍ଚା ଏହା ଚୋରା କାଠ ହୋଇପାରେ | ଏସ ଏମ୍ ସି ର ସଦସ୍ୟ ଅଜୟ ମଲ୍ଲିକ କହିଛନ୍ତି ଏତେ ପରିମାଣର କାଠ କେମିତି ସ୍କୁଲ ରେ ରହିଲା ତାହା ସନ୍ଦେହ ସୃଷ୍ଟି କରିଛି | ଏହି ସ୍କୁଲ ର ପ୍ରଧାନ ଶିକ୍ଷକ କେଦାର ନାଥ ଦାସ ଏତେ ପରିମାଣ ର କାଠ ବର୍ଷକ ପାଇଁ କାହିଁକି କିଣିଛନ୍ତି, ତାହା କେଉଁ ଟଙ୍କାରେ କିଣିଛନ୍ତି , ତାହାର ବିଲ୍ ଅଛିକି ନାହିଁ ତାହା ତଦନ୍ତ ହେଲେ ସବୁକିଛି ପଦାକୁ ଆସିବ |ସ୍ମୁତିରେଖା ମଲ୍ଲିକ ଙ୍କ ରିପୋର୍ଟ ଭଞ୍ଜଦୂତ
