*ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘ପୁରା ଉଆଁସ’ ପାଳିତ: ଉଜ୍ଜୀବିତ ହେଲା ମାଟିର ପରମ୍ପରା*
ନୂଆପଡା(ମିଖାଏଲ ନନ୍ଦ) ତା:୧୧.୦୮.
ଆଜି ହେଉଅଛି ସପ୍ତପୁରି ଆମାବସ୍ୟା, ଏହି ଅମାବାସ୍ୟା ତିଥିରେ ପାଳିତ ହୁଏ ଗ୍ରାମାଞ୍ଚଳ ର ମହନୀୟ ସଂସ୍କୃତି ଏବଂ ପାରମ୍ପରିକ ପ୍ରଥା ଓ ପରମ୍ପରା ମହକ ବାର୍ତ୍ତା ଦେଇଥାଏ। ନିଜ ସମାଜ ଏବଂ ଘର କରଣ ସଚେତନ ବାର୍ତ୍ତା, ପର୍ବ ମାଧ୍ୟମ ରେ ନିଜର ଭବିଷ୍ୟତ ପିଢ଼ିକୁ ପାଳନ କରି ଦେଇଥାନ୍ତି। ସମାଜରେ କିପରି ପରିବାର, ବନ୍ଧୁତ୍ୱର ଏବଂ ପଡ଼ୋଶୀଙ୍କ ମଧ୍ୟରେ ରହିଥାଏ ସମ୍ମାନ ସ୍ୱାଭିମାନ ଏବଂ ଭାବର ଆଦାନ ପ୍ରଦାନ। ଏହି ସାମାଜିକ ଚିତ୍ର କୁ ପର୍ବରେ ସାଉଁଟି, କୁନି କୁନି କିଶୋର କିଶୋରୀଙ୍କ ମନରେ ଭରି ଦେଇଥାନ୍ତି। ଉତ୍ତମ ସମାଜ ଗଠନ ର ଏକ ପାର୍ବଣ କୁ ନେଇ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷ ରୁ ପୁରା ଉଆଁସ ପାଳିତ ହୋଇଯାଇଅଛି। କିଶୋର କିଶୋରୀ ମାନେ ନିଜ ଖେଳ ସାମଗ୍ରୀ, ଖେଳ ଉପକରଣ ନେଇ ଆସିଥାନ୍ତି। ସୁସଜ୍ଜିତ ବିଭିନ୍ନ ଗୃହପାଳିତ ପ୍ରାଣୀଙ୍କ ଗାଡ଼ି କିଶୋରଙ୍କ ପରିବାର ବାହ୍ୟ ଜଗତର ବାର୍ତ୍ତା ଦେଇଥିବା ବେଳେ ଘର ମଧ୍ୟରେ କିଶୋରୀଙ୍କ ଆଧିପତ୍ୟ ରହିଥାଏ। ପଞ୍ଚମ ବର୍ଷ ପାଇଁ ପାଳିତ ପୁରା ଉଆଁରେ ବହୁ ପ୍ରତିଯୋଗୀ ସାମିଲ ହୋଇଥାଏ। ନିଜ ନିଜ ଖେଳନା ଏବଂ ଉପକରଣ ଏବଂ ଖାଦ୍ୟସାମଗ୍ରୀ ପ୍ରଦର୍ଶିତ କରିଥିଲେ।ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦେଇ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ସତିଶ ପଟ୍ଟନାୟକ, ସୁକେଶ ପଟ୍ଟନାୟକ, ଓଡ଼ିଆ ସିନେ ଜଗତ ଜସମିନ ରଥ, ପିଚୁ ଦିଦି, ସୋମନାଥ ଜଗତ, ଗୌରାଙ୍ଗ ସାହୁ, ଗୋବିନ୍ଦ ପଣ୍ଡା, ବିଜୟ ବାରିକ ଝରାମଣି ପାନ, ରୀଙ୍କି ମଣି କ୍ଷେତ୍ରି ଅତିଥି ରୂପଯୋଗ ଦେଇଥିଲେ।
