ତାରିଖ: ୦୯/୦୯/୨୦୨୬
( ଭଞ୍ଜ ଦୂତ ଖବର , କୃତ୍ତି ବାସ ନାୟକଙ୍କ ରିପୋର୍ଟ)
ପୋଲିସ ନଜର ବୁଲେଟ ରେଡରଙ୍କ ଉପରେ ଦଶ (୧୦)ଟି ବାଇକ୍ ଜବତ୍ ।
ତାଳଚେର ଗଣେଶ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ବିକଟାଳ ଶବ୍ଦ କରୁଥିବା ବାଇକ୍ ବିରୋଧରେ ତାଳଚେର କୋଲିୟରୀ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି ।ଛକ, ବାଜର ,ରାଜପଥ ସମେତ ବିଭିନ୍ନ ରାସ୍ତାରେ ଯାଞ୍ଚ୍ କରି ପୋଲିସ ଦଶ (୧୦)ଟି ବୁଲେଟ ଜବତ କରିବା ସହ ମୋଟ ସତୁରୀ (୭୦) ହଜାର ଟଙ୍କା ଜରିମାନା ଆଦାୟ କରିଛି । ବିଶେଷ କରି ବୁଲେଟରେ ବିକଟାଳ ସାଇଲେନ୍ସର ଲଗାଇ ପ୍ରଚଣ୍ଡ ଶବ୍ଦ କରିବା ସହ ଅତ୍ୟଧିକ ହର୍ଣ୍ଣ ବଜାଇ ବଜାର ଅଞ୍ଚଳ ରେ ଯାତାୟାତ କରୁଥିବା ଅଭିଯୋଗ ହୋଇଆସୁଥିଲା । ଏହା ଦ୍ବାରା ବୃଦ୍ଧ ବୃଦ୍ଧା ଛୋଟ ପିଲା ଓ ହୃଦ୍ ରୋଗୀ ଙ୍କ ସମେତ ସାଧାରଣ ଲୋକେ ଅସୁବିଧାର ସମ୍ମୁଖିନ ହେଉଥିଲେ । ବାରମ୍ବାର ଅଭିଯୋଗ ପରେ କୋଲିୟରୀ ପୋଲିସର
ଏ ଭଳି ବ୍ୟାପକ ଚଢ଼ାଉକୁ ସାଧାରଣରେ ସ୍ଵାଗତ କରାଯାଉଛ । ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ କର୍ଯ୍ୟା ନୁଷ୍ଟାନ ଜାରି ରହିଲେ ବିକଟାଳ ଶବ୍ଦ କରୁଥିବା ଯାନବାହାନ ଉପରେ ଅଙ୍କୁଶ ଲାଗିବା ସହ ରାସ୍ତାରେ ଉତ୍ପାତ କରୁଥିବା ଯୁବକ ମାନେ
ସାବାଡ ହେବେ ବୋଲି ମତ ପ୍ରକାଶ ପାଇଛି ।
ସୂଚନା ଯୋଗ୍ୟ ଗତ କାଲି ତାଳଚେର ଟାଉନ ପୋଲିସ ପକ୍ଷରୁ ବାର (୧୨) ଟି ବୁଲେଟ ଜବତ କରା ଯାଇଥିବା ବେଳେ ଆଜି କୋଲିୟରି ପୋଲିସ ପକ୍ଷରୁ। ଦଶ(୧୦) ଟି
ବୁଲେଟ ଜବତ କରା ଯାଇଛି । ପୋଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରୀ ରହିବ ବୋଲି ଆଶା କରାଯାଉଛି ।
