*ଶିକ୍ଷୟିତ୍ରୀଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର*
(ବଲାଙ୍ଗିର ରୁ ପ୍ରଦୀପ କୁମାର ସା ଙ୍କର ରିପୋର୍ଟ)
ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୋଇସିଂହା ର ଅତି ପୁରୁଣା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀରାଣୀ ମିଶ୍ର ମହାଶୟା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ll ଏହି ଖବର ଏକ ଆନନ୍ଦଦାୟକ ତଥା ଗର୍ବ ଓ ଗୌରବ ର ବିଷୟ ହୋଇଥିବାରୁ ବିଜୁଳି ବେଗ ସଦୃଶ ଚାରିଆଡ଼େ ବ୍ୟାପି ଯାଇଛି ll ଏହା ଏକ ଅତ୍ୟନ୍ତ ଖୁସି ମାହୋଲ ର ବିଷୟ ହୋଇ ଥିବାରୁ ବିଦ୍ୟାଳୟରେ ମଧ୍ୟ ଆନନ୍ଦ ର ବାତାବରଣ ସୃଷ୍ଟି ହେଇଛି ll ମିଶ୍ର ମହlଶୟା ଜଣେ ଉଚ୍ଚ କୋଟିର , ଛାତ୍ର ବତ୍ସଳ, ନିଷ୍ଠା, ସମର୍ପଣ ଭାବ, ସ୍ନେହୀ, ସହଯୋଗୀ,ତଥା ବାକ ସଂଯମୀ ଅଟନ୍ତି ll ଉକ୍ତ ଅଞ୍ଚଳ ର ଲୋକମାନେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ll
