
ବ୍ରହ୍ମପୁର (ସୁରଜିତ ରାଉଳ) : ବ୍ରହ୍ମପୁର ଉପଖଣ୍ଡ ନିମଖଣ୍ଡି ର ଅନତିଦୂରରେ ସାହୁପରିବାରଙ୍କ ପୌରୋହିତ୍ୟରେ ସ୍ଥାପିତ ଶ୍ରୀରାମ ମନ୍ଦିରର ପ୍ରଥମବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଭୁଶ୍ରୀରାମଙ୍କ ଯଥାରିତି ନୀତିକାନ୍ତି ଅନୁସାରେ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଥିଲା। ହୋମ, ସୂର୍ଯ୍ୟପୂଜା ସହିତ ହନୁମାନଚାଳିଶା ପାଠ କରାଯାଇ ମନ୍ଦିର ପରିବେଶ ଆଧ୍ୟାତ୍ମିକ ଚିନ୍ତନ ରେ ଝଲସି ଥିଲା। ସ୍ଥାନୀୟ ଅଞ୍ଚଳରୁ ସହ ସହ ଭକ୍ତ ଆସି ପ୍ରଭୁଙ୍କର କୃପା ଲାଭ କରିଥିଲେ। ସାହୁ ପରିବାର ଏହି ମନ୍ଦିର ସ୍ଥାପନ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ସରକାରଙ୍କ ତରଫରୁ କିଛି ସହାୟତା ପାଇବାପାଇଁ ଡ଼ଃ ଲିଙ୍ଗରାଜ ସାହୁ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାର ସବୁମନ୍ଦିର ଗୁଡିକୁ ସହାୟତା କରୁଛନ୍ତି ସେହିପରି ଏହି ମନ୍ଦିରକୁ ମଧ୍ୟ କିଛି ସହାୟତା ପ୍ରଦାନ କଲେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ। ବର୍ତ୍ତମାନ ସରକାର ସନାତନ ଧର୍ମ କୁ ଅଗ୍ରାଧିକାର ଦେଇ ପ୍ରଚାରପ୍ରସାର ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଛନ୍ତି ତେଣୁ ଯଦି ଏହିମନ୍ଦିର କୁ କିଛି ସହାୟତା କଲେ ମନ୍ଦିର ଉନ୍ନତି ସହିତ ସନାତନ ଧର୍ମର ମଧ୍ୟ ପ୍ରଚାର ପ୍ରସାର ହୋଇପାରିବ ବୋଲି ଇଁ ଜଗନ୍ନାଥ ସାହୁ ତାଙ୍କ ବକ୍ତବ୍ୟ ରେ ପରିପ୍ରକାଶ କରିଥିଲେ।ଏହି ଉତ୍ସବ ରେ ଅଭିଜ୍ଞ ପୂଜକ ଙ୍କୁ ନିମନ୍ତ୍ରିତ କରାଯାଇ ସେମାନଙ୍କ ଦ୍ୱାରା ପୂଜା, ହୋମ, ସୂର୍ଯ୍ୟ ପୂଜା ଏବଂ ଅନ୍ୟାନ୍ୟ ପୂଜାପାଠ ସମ୍ପାଦନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଦୀପ ସାହୁ, ରଶ୍ମିତା ମମତା ସାହୁ, ସଂଜୀବ କୁମାର ସାହୁ, ନିବେଦିତା ସାହୁ, ବାସନ୍ତୀ ସାହୁ, ବିଦ୍ୟୁତ ଲତା ସାହୁ, ରଶ୍ମିଲତା ସାହୁ, ଇନ୍ଦିରା ସାହୁ ସମେତ ପୂଜାରୀ ଜିତୁ ଶତପଥି ଏବଂ ବନ୍ଧୁ ପରିବାରବର୍ଗ ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ। ସାହୁ ପରିବାରର ଏହିପରି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଭୁୟସୀ ପ୍ରଶଂସା କରିବା ସହ ମନ୍ଦିରର ଉନ୍ନତି କାମନା କରିଛନ୍ତି। ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।