*ହିଣ୍ଡାଲକୋ ଏଫ୍.ଆର୍.ପି ୱର୍କସ ଏମ୍ପ୍ଲୟୀଜ ୟୁନିଅନର ସାଧାରଣ ପରିଷଦ ବୈଠକ*
ସମ୍ବଲପୁର ହୀରାକୁଦ(ଭଂଜଦୂତ ):-ତା ୬/୦୯/୨୦୨୬
ହିଣ୍ଡାଲକୋ ହୀରାକୁଦ ଏଫ୍.ଆର୍.ପି ୱର୍କସ ଏମ୍ପ୍ଲୟୀଜ ୟୁନିଅନର ସାଧାରଣ ପରିଷଦ ବୈଠକ ଆଜି ରବିବାର ହୀରାକୁଦ ପ୍ଲାଣ୍ଟ ସମ୍ମୁଖସ୍ଥ ଡ଼. ଭୀମରାଓ ଆମ୍ବେଦକର ଭବନଠାରେ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ମହମ୍ମଦ ମୃତୂଜାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସଂଘର ଉପଦେଷ୍ଟା ଶ୍ରୀ ସଂଜିତ ମହାନ୍ତିଙ୍କ ସମେତ ୟୁନିଅନର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
ବୈଠକରେ ହିଣ୍ଡାଲକୋ କର୍ମଚାରୀମାନଙ୍କ ବିଭିନ୍ନ ଦୀର୍ଘଦିନର ସମସ୍ୟା ଓ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଶ୍ରମିକ ଓ ମ୍ୟାନେଜମେଣ୍ଟ ଅଧିକାରୀ ଅବସର ବୟସରେ ସମାନତା ଆଣିବା ପାଇଁ ଦାବି ଉପସ୍ଥାପିତ ହୋଇଥିଲା। ଶ୍ରମିକମାନଙ୍କ ଅବସର ବୟସକୁ ବର୍ତ୍ତମାନର ବ୍ୟବସ୍ଥାରୁ ବୃଦ୍ଧି କରି ୫୮ରୁ ୬୦ ବର୍ଷ କରିବା ସହ ମ୍ୟାନେଜମେଣ୍ଟ ଅଧିକାରୀ ସହ ସମାନ ଅବସର ବୟସ ଲାଗୁ କରିବା ପାଇଁ ବୈଠକରେ ଦାବି କରାଯାଇଥିଲା l ଦୀର୍ଘଦିନର ଦାବି ପରେ ହୀରାକୁଦରେ ନୂତନ ଭାବେ ଖୋଲାଯାଇଥିବା ଏ.ବି.ପି.ଏସ (Aditya Birla Public School) ରେ ହିଣ୍ଡାଲକୋ କର୍ମଚାରୀମାନଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ଫି’ରେ ରିହାତି ଦେବା ପାଇଁ ମଧ୍ୟ ଦାବି ଉଠିଥିଲା। ହୀରାକୁଦ ଶିଳ୍ପାଞ୍ଚଳରେ ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀମାନଙ୍କ ଆବାସିକ ସମସ୍ୟାର ସମାଧାନ ପାଇଁ କମ୍ପାନୀ ପକ୍ଷରୁ ଆବଶ୍ୟକ ଆବାସିକ ସୁବିଧା ଯୋଗାଇଦେବାକୁ ୟୁନିଅନ ପକ୍ଷରୁ ଦାବି କରାଯାଇଥିଲା।
ବୈଠକରେ କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ କୋଡ୍ଗୁଡ଼ିକ ଏବଂ ଏମ.ଏମ.ଡି.ଆର ବିଲ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରମିକମାନଙ୍କ ସ୍ୱାର୍ଥ ଓ ଅଧିକାର ଉପରେ ଏହାର ପ୍ରଭାବକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇବା l ଶ୍ରମିକଙ୍କ ଅଧିକାର, ଚାକିରିର ସୁରକ୍ଷା ଓ ସାମାଜିକ ସୁରକ୍ଷାକୁ କ୍ଷୁର୍ଣ କରୁଥିବା କୌଣସି ବ୍ୟବସ୍ଥାକୁ ୟୁନିଅନ ପକ୍ଷରୁ ବିରୋଧ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।
ବୈଠକରେ କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ କମ୍ପାନୀ ପରିଚାଳନା ଗୁରୁତ୍ୱର ସହ ବିଚାର କରି ଶୀଘ୍ର ସମାଧାନ କରିବା ନେଇ ମତ ପ୍ରକାଶ ପାଇଥିଲା। ଶ୍ରମିକଙ୍କ ହିତ, ସମ୍ମାନ ଓ କଲ୍ୟାଣ ପାଇଁ ୟୁନିଅନ ଆଗାମୀ ଦିନରେ ମଧ୍ୟ ସଂଗଠିତ ଭାବେ ନିଜର ଦାବି ଉପସ୍ଥାପନ କରିବ ବୋଲି ୟୁନିୟନ ପକ୍ଷରୁ ପ୍ରକାଶ କରାଯାଇଥିଲା l
ଆଜିର ଏହି ବୈଠକରେ ହିନ୍ଦାଲକୋ ହୀରାକୁଦ ପାୱାର ୱାର୍କର୍ସ ୟୁନିୟନ ର କାର୍ଯ୍ୟକାରୀ ସଭାପତି ରୋଶନ ସିଂ, ସାଧାରଣ ସମ୍ପାଦକ ଯୋଗୀନ୍ଦ୍ର ବେହେରା, ହିଣ୍ଡାଲକୋ ହୀରାକୁଦ ଏଫ୍.ଆର୍.ପି ୱର୍କସ ଏମ୍ପ୍ଲୟୀଜ ୟୁନିଅନର କାର୍ଯ୍ୟକାରୀ ସଭାପତି ସଞ୍ଜୀବ ପ୍ରଧାନ, ସାଧାରଣ ସମ୍ପାଦକ ସୁବ୍ରତ ପଣ୍ଡା, ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଏସ୍.କେ. ଚାନ୍ଦ ବାବୁ, ଜିଜିକାଲ ନାଗ, ସତୀଶ ଶତପଥୀ, ଶିରକତ ପ୍ରଧାନ, ବିରଞ୍ଚି ବୁଟିଆ, ସୁମନ ସାମନ୍ତରାୟ, ସୁନୀଲ ମହାଲିଙ୍ଗ, ରୁପେଶ ନାଏକ, ମନୋରଞ୍ଜନ, ଆନନ୍ଦ ଧରୁଆ, ଶିବଶଙ୍କର ବେହେରା, କିଶୋର ଖଡ଼ିଆ, ଦୀପକ ମିଶ୍ର, ସୋରଜ ନାଗ, ସୁଭାଶିଷ ଦାସ, ବିଶ୍ୱଜିତ ଗୌଡ଼, ଦୀପେନ ନାଥ, ମଧୁ ସେନାପତି, ନିରଞ୍ଜନ ଦାସ, ରଶ୍ମିରଞ୍ଜନ ରାଉତ, ସୌମ୍ୟ ପ୍ରଧାନ, ଆଦି ରାଓ, ବିଶ୍ୱଜିତ ନାୟକ, ସଂଗ୍ରାମ ପଣ୍ଡା, ବିଶ୍ୱଦେବ ରାଉତ, ସାନୁ ଛତର, ରଞ୍ଜନ ଜେନା, ସାନା ଛତର, ପୁରନ୍ଦର ସାହୁ, ଅରୁଣ ଭୋଇ ଓ ଭବାନୀ ମିଶ୍ର ଦୀପକ ମିଶ୍ର, ସୋରଜ ନାଗ, ସୁଭାଶିଷ ଦାସ, ବିଶ୍ୱଜିତ ଗୌଡ଼, ଦୀପେନ ନାଥ, ମଧୁ ସେନାପତି, ନିରଞ୍ଜନ ଦାସ, ରଶ୍ମିରଞ୍ଜନ ରାଉତ, ସୌମ୍ୟ ପ୍ରଧାନ, ଆଦି ରାଓ, ବିଶ୍ୱଜିତ ନାୟକ, ସଂଗ୍ରାମ ପଣ୍ଡା, ବିଶ୍ୱଦେବ ରାଉତ, ସାନୁ ଛତର, ରଞ୍ଜନ ଜେନା, ସାନା ଛତର, ପୁରନ୍ଦର ସାହୁ, ଅରୁଣ ଭୋଇ ଓ ଭବାନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
