*ଖଡ଼ିଆଳ ସହରରୁ ବିଶାଳ ଅଜଗର ସାପ ଉଦ୍ଧାର: ଓଜନ ୧୫ କେଜି, ଲମ୍ବ ୧୧ ଫୁଟ*
ନୂଆପଡ଼ା(ମିଖାଏଲ ନନ୍ଦ),
ତା-୦୬ ସେପ୍ଟେମ୍ବର:
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଖଡ଼ିଆଳ ସହରର ୨ ନମ୍ବର ୱାର୍ଡ ଅନ୍ତର୍ଗତ ନରର୍ସିଂ ଙ୍କ ଘର ସମ୍ମୁଖରେ ଏହି ଅଜଗର ସାପଟିକୁ ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଉଦ୍ଧାର ହୋଇଥିବା ଏହି ଅଜଗର ସାପଟିର ଓଜନ ପ୍ରାୟ ୧୫ କେଜିରୁ ଅଧିକ ହୋଇଥିବା ବେଳେ ଏହାର ଲମ୍ବ ପ୍ରାୟ ୧୧ ଫୁଟ୍ ବୋଲି ଜଣାପଡ଼ିଛି। ବର୍ଷା ଦିନ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ସାପଟି ଜଙ୍ଗଲ ମଧ୍ୟରୁ ଜନବସତି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି।ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସାପଟିକୁ ସୁରକ୍ଷିତ ରଖାଯାଇଛି ଏବଂ ଆସନ୍ତାକାଲି (ସୋମବାର) ଏହାକୁ ସ୍ଥାନୀୟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯିବ। ଜନବସତି ଅଞ୍ଚଳରୁ ଏଭଳି ଏକ ବଡ଼ ସାପ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ସୁକତା ଦେଖାଦେଇଥିଲା।
