ବୃକ୍ଷରୋପଣ ଓ ଫଳ ଚାରା ଏବଂ ଝୋଟ ବ୍ୟାଗ (Jute Bag) ବଣ୍ଟନର କାର୍ଯ୍ୟକ୍ରମ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ, ୮ ସେପ୍ଟେମ୍ବର: ‘ଆନ୍ତର୍ଜାତୀୟ ନିର୍ମଳ ବାୟୁ ଦିବସ’ ଅବସରରେ ରାୟଗଡା ସହରର ଗୁରୁମଗୁଡା ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବଢୁଥିବା ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତନକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଆଞ୍ଚଳିକ କର୍ଜ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ ଓ ରାୟଗଡ ପୌରପାଳିକାର ମିଳିତ ସହଯୋଗରେ ଏକ ବୃହତ ପରିବେଶ ସଚେତନତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସଚିଦାନନ୍ଦ ଶେଠୀ, ସହକାରୀ ବନ ସଂରକ୍ଷକ, ରାୟଗଡା ବନଖଣ୍ଡ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଜାତିର ଶତାଧିକ ବୃକ୍ଷରୋପଣ କରଯାଇଥିଲା I ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାର ସୁରକ୍ଷା ଦାୟିତ୍ୱ ନେବାକୁ ଆହ୍ବାନ ଦିଆଯାଇଥିଲା। ଏହି ସବୁଜ ଅଭିଯାନରେ ଶତାଧିକ ମହିଳା, ଯୁବକ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଶପଥ ନେଇଥିଲେ I
ଦ୍ଵିତୀୟ ପ୍ରଜ୍ୟାୟରେ ରାୟଗଡ ପୌରପରିଷଦ ସମୁଖରେ ଫଳ ଚାରା ଏବଂ ଝୋଟ ବ୍ୟାଗ (Jute Bag) ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ କୁଳଦୀପ କୁମାର, ନିର୍ବାହୀ ଅଧିକାରୀ, ପୌରପରିଷଦ, ରାୟଗଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ସେ ବର୍ତମାନ ଯୁଗରେ ଗଛର ମହତ୍ଵ ପରିବେଶ ସୁରକ୍ଷା ଦିଗରେ କେତେ ଉପଯୋଗୀ ତାହା ବର୍ଣନା କରିଥିଲେ I ପରିବେଶର ସୁରକ୍ଷା ତଥା ପ୍ଲାଷ୍ଟିକର ବିକଳ୍ପ ଭାବେ ସର୍ବସାଧାରଣଙ୍କ ମଧ୍ୟରେ ଝୋଟ ବ୍ୟାଗ (Jute Bags) ଏବଂ ବିଭିନ୍ନ ଫଳପ୍ରଦ ତଥା ଔଷଧୀୟ ଗଛର ଚାରା ବଣ୍ଟନ କରାଯାଇଥିଲା I ରାୟଗଡ ପୌରପରିଷଦର ସଭା ସଦସ୍ୟ ମାନେ ପ୍ରକାଶ କରିଥିଲେ ଯେ, ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବାରେ ଝୋଟ ବ୍ୟାଗର ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିଶେଷରେ ଶ୍ରୀ ରିପୁ କୁମାର ସାହୁ, ଉପ ପରିବେଶ ଯନ୍ତ୍ରି, ସମସ୍ତଙ୍କୁ ପରିବେଶ ସଚେତନତା ସପଥ ପାଠ କରାଇଥିଲେ ଓ ସର୍ବଶେଷରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
