
ପରଜଙ୍ଗ (ଗୋକୁଳ ନନ୍ଦ ବେହେରା) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ,୬ ଦଫା ଦାବି ନେଇ ମଙ୍ଗଳବାର ଠାରୁ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆଜି ଠାରୁ ଆରମ୍ଭ ଡ଼୍ରାଇଭର ମହାସଂଘ।ଦାବୀ ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।ମାସେ ତଳେ ମହାସଘଂ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲା।କିନ୍ତୁ ଦାବୀ ପୂରଣ ହୋଇ ନ ଥିବାରୁ ମଙ୍ଗଳବାର ଠାରୁ ରାଜ୍ୟର ସମସ୍ତ ଗାଡ଼ି ଚାଳକ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।ଅନ୍ୟପଟେ ଗାଡ଼ି ଚାଳକ ମାନଙ୍କ ଦ୍ଵାରା ଦିଆଯାଇଥିବା ଏହି ଆନ୍ଦୋଳନ ଡାକରାକୁ ରାଜ୍ୟ ଘରେଇ ବସ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ସମର୍ଥନ ଜଣାଇଛି।ତେଣୁ ସାରା ରାଜ୍ୟରେ ଏହି ଆନ୍ଦୋଳନ ଜୋରଦାର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।ମହାସଂଘ ପକ୍ଷରୁ କୁହାଯାଇଛି ଯେ ବିଗତ ଦିନରୁ ଡ଼୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି।ଏହି ସମୟ ମଧ୍ୟରେ ଡ଼୍ରାଇଭର ମାନଙ୍କର କେବଳ ଗୋଟିଏ ଦାବୀ ପୂରଣ ହୋଇଛି। ଗତ ମାର୍ଚ୍ଚ ୨୯ ରୁ ୬ ଦିନ ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗରେ ଡ଼୍ରାଇଭର ମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ। ହେଲେ ସରକାର ଡ଼୍ରାଇଭର ମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି।ଫଳରେ ଡ଼୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ଏବଂ ସମସ୍ତ ଡ଼୍ରାଇଭର ବଡ ଆନ୍ଦୋଳନ କୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ସୂଚନା ମୁତାବକ ଅନୁସାରେ ମହାସଂଘ ର ଦାବୀ ଗୁଡ଼ିକ ହେଲା,ଡ଼୍ରାଇଭର ଉନ୍ନୟନ ବୋର୍ଡ଼ରେ ଅଟୋ ଚାଳକଙ୍କୁ ସାମିଲ କରିବା ସହ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ଼୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ,୬୦ ବର୍ଷ ପରେ ସ୍ବତନ୍ତ୍ର ଭତ୍ତା,ଗାଡ଼ି ପାଇଁ ପାର୍କିଂ ସ୍ଥଳ,ଓ ଡ଼୍ରାଇଭର ମାନଙ୍କ ପାଇଁ ବିଶ୍ରାମ ସ୍ଥାନ,ଖଣି ଖାଦାନ ଏବଂ କାରଖାନାରେ ୭୦ ପ୍ରତିଶତ ଓଡ଼ିଆ ଡ଼୍ରାଇଭର ନିଯୁକ୍ତି ଓ ସେପ୍ଟେମ୍ବର ୧ ତାରିଖକୁ ଡ଼୍ରାଇଭର ଦିବସ ଘୋଷଣା କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ।।