ଖଞ୍ଜାମାହାଲ ଖାଦାନରେ ଜିଲ୍ଲା ଖଣି ବିଭାଗର ବଡ଼ ଚଢ଼ାଉ: ୯ଟି ଡମ୍ଫର ଜବତ, ଅନେକ ଗାଡ଼ି ଫେରାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖଞ୍ଜାମାହାଲ ଖାଦାନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ବେଆଇନ ଖଣି ଖନନ ଓ ପଥର ଚାଲାଣକୁ ରୋକିବା ପାଇଁ ହୋଇଥିବା ଏହି ଅଭିଯାନରେ ନିଜେ ଜିଲ୍ଲା ଖଣି ଅଧିକାରୀ ଜଗନ ବେହେରାଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍ ସାମିଲ ଥିଲେ। ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୩ଟି ପଥର ବୋଝେଇ ଡମ୍ଫର ସହ ୯ଟି ଗାଡ଼ିକୁ ଜବତ କରାଯାଇଛି। ଜବତ ଟ୍ରକ ଗୁଡିର ନମ୍ବର ଓଡି ୦୧ ବିଜି ୪୯୭୯,ଓଡି ୦୧ ଜେ ୯୬୬୫,ଓଡି ୦୧ବିବି୧୦୭୯
ଓଡି ୦୧ ବିଡି ୫୩୭୯,ଓଡି ୦୧ ବିଡି ୦୮୬୯
ଓଡି ୦୧ଏବି ୯୧୭୯ ସମେତ ୩ଟି ପଥର ବୋଝେଇ ଡମ୍ଫରର ନମ୍ବର ଓଡି ୦୨ ଟି ୨୦୪୦
ଓଡି ୦୧ ବିଡି ୭୨୪୭,ଓଡି ୦୧ ଏଚ ୩୫୩୧।ତେବେ ପ୍ରଶାସନର କଟକଣା ସତ୍ତ୍ୱେ ସେଠାରେ କାର୍ଯ୍ୟରତ ଏକ ପୋକ୍ଲେନ୍ ମେସିନ୍ ଏବଂ ଅନ୍ୟାନ୍ୟ ବହୁ ଗାଡ଼ି ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଏହି ମିଳିତ ଚଢ଼ାଉରେ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଓ ସତ୍ୟ ଚିନ୍ମୟ ଜେନାଙ୍କ ସମେତ ସୋର ଥାନା ଏଏସଆଇ ମଦନ ମୋହନ ଜେନା ଏବଂ ରିଜର୍ଭ ପୋଲିସ ଫୋର୍ସ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଅଞ୍ଚଳରେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
