କଟାବାହାଳ ଗ୍ରାମରେ ଧୂମୁଧାମରେ ନନ୍ଦଉତ୍ସବ ପାଳିତ ହୋଇଛି
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଟାବାହାଳ ଗ୍ରାମରେ ବହୁ ଆଡମ୍ବର ସହିତ ନନ୍ଦଉତ୍ସବ ପାଳିତ ହୋଇଛି l ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ସ୍ମରଣ କରି ଆୟୋଜିତ ଏହି ନନ୍ଦଉତ୍ସବକୁ ନେଇ ଅଞ୍ଚଳରେ ଆନନ୍ଦ ଉତ୍ସାହ ରେ ଖେଳିଯାଇଥିଲା l ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଓ ଧାର୍ମିକ ପରମ୍ପରାକୁ ମନେ ପକାଇ ବିଭିନ୍ନ ସାଜସଜାର ଆୟୋଜନ କରାଯାଇଥିଲା, ଶ୍ରଦ୍ଧାଳୁ ଗ୍ରାମ ବାସୀଙ୍କଦ୍ୱାରା ନନ୍ଦ ଉତ୍ସବ ରେ ଭଜନ, କ୍ରିର୍ତ୍ତନ, ନାମ ସଂକୀର୍ତ୍ତନ, ଗୌଡ଼ବାଡି ଓ ଡିଜେ ସାଉଣ୍ଡୁ ତାଳେ ତାଳେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଓଡ଼ଶୀ ନୃତ୍ୟ ଦ୍ୱାରା ପରିବେଶ ଏକ ହୃଦୟସ୍ପଶୀ ଶୋଭାଯାତ୍ରା ବାହାରିଥିଲା, ତଳସାହିରୁ ବାହାରି ଗ୍ରାମ ପରିକ୍ରମା କରି ପହଞ୍ଚି ଶୋଭାଯାତ୍ରା ସମାପନ କରାଯାଇଥିଲା l ପରିଶେଷରେ ସମସ୍ତ ଅତିଥି ଓ ଗ୍ରାମବାସୀମାନେ ଏକା ସାଙ୍ଗରେ ପ୍ରସାଦ ସେବନ କରିଥିଲେ କଟାବାହାଳ ଗ୍ରାମର ଗ୍ରାମବାସୀମାନେ ଓ ଯୋବଗୋଷ୍ଠି ମାନେ ସହଯୋଗ କରିଥିଲେ ଜନ୍ମାଷ୍ଟମୀ ଭଳି ପାରମ୍ପରିକ ଧାର୍ମିକ ଉତ୍ସବ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସମାଜିକ ସଦଭାବ ବହୁତ ମଜଭୁତ ହୋଇ ଆଗକୁ ପରମ୍ପରା ବଜାୟ ରଖିବାକୁ ଶତଚେଷ୍ଟିତ ଜାରିରହିବ ବୋଲି ଜଣାଇଛନ୍ତି
