ଭାଗବତ ଭବନରେ ଶ୍ରୀ କୃଷ୍ଣ ଜନ୍ମ ଉତ୍ସବ ପାଳିତ
ବ୍ରହ୍ମପୁର:-ଲୋଚାପଡା ସ୍ଥିତ ସିଦ୍ଧ ବାବା ଭାଗବତ ଭବନରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ସହିତ ନନ୍ଦ ଉତ୍ସବ ପାଳନ ହୋଇଥିଲା। ଏଥିରେ ଶହସ୍ରାଧିକ ଭକ୍ତଙ୍କ ଆଗମନରେ ଭଜନ କୀର୍ତ୍ତନ ପ୍ରବଚନରେ ଆନନ୍ଦ ମୁଖରିତ ହୋଇଥିଲା। ଏହି ଉତ୍ସବ ୨ଦିନ ବ୍ୟାପୀ ହୋଇଥିଲା। ଏଥିରେ ମହନ୍ତ ଶ୍ରୀ ରାଧାକାନ୍ତ ଦାସ ମହାରାଜ ଭଗବାନ ଶ୍ରୀ କୃଷ୍ଣ ଙ୍କ ଆଗମନର ଉଦ୍ଦେଶ୍ୟ ପରିପ୍ରକାଶ କରିଥିଲେ। ମୁଖ୍ୟତଃ ୪ଗୋଟି ମଦ ଉପରେ ବିସ୍ତୃତ ରୂପେ ବାଖ୍ୟା କରିଥିଲେ। ଧନ,ପଦ,ଯୈବନ, ବିଦ୍ୟା
ଉପରୋକ୍ତ ଚାରିଗୋଟି ମଦକୁ ମର୍ଦ୍ଦନ କରିବା ପାଇଁ ଶ୍ରୀ କୃଷ୍ଣଙ୍କ ପଦାର୍ପଣ କରିଥିବା କଥା ବାଖ୍ୟା କରିଥିଲେ। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ
