*ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖରୀଆର ରୋଡ ଠାରେ ହର୍ଷ ଉଲ୍ଲାସ ର ସହ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ* ।
ନୂଆପଡା(ମିଖାଏଲ ନନ୍ଦ)
ତା-୦୪/୦୯
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖରୀଆର ରୋଡ ଠାରେ ଶୁକ୍ରବାର ମହା ଆଡ଼ମ୍ବର ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି| ଏଥିରେ ମୁଖ୍ୟ ଅତିଥି ଭାବେ। ବୈଜୟନ୍ତୀ ଚନ୍ଦ୍ରକର ଯୋଗଦେଇ ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯକ୍ରମ କୁ ଆଗେଇ ନେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପ୍ରିତିଶୋନି ଯୋଗଦେଇଥିଲେ |ଜିଲ୍ଲା ସାହୁ ସମାଜ ର ପୂର୍ବତନ ଅଧ୍ୟକ୍ଷା ମମତା ସାହୁ ମୁକ୍ଷ ବକ୍ତା ଭାବରେ ଯୋଗ ଦାନ କରି ଶିଶୁ ଭାଇ ଭଉଣୀ ମାନଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଉତ୍ସବ ବିଷୟରେ ଆଲୋକପାତ କରିଥିଲେ | ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବିନୋଦ କୁମାର ଦାସ ଏବଂ ଅତିଥି ମାନଙ୍କ ଦ୍ୱାରା ପୂଜା ଆରତୀ ହୋଇ ଥିଲା| ଶିଶୁ ଭାଇ ଭଉଣୀ ମାନେ କୃଷ୍ଣ,ରାଧା ବେଶରେ ଆସିଥିଲେ |ଏହି ଅବସରରେ ଶିଶୁ ଭାଇ,ଭଉଣୀମାନଙ୍କ ପାଇଁ ମୋଟକା ଫୋଡ଼, ଇଟାଚୋରି ପ୍ରତିଯୋଗିତା ଥିଲା |ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ,ତୃତୀୟ ସ୍ଥାନ ଅଧିକାର କରିଥିବା ଭାଇ ,ଭଉଣୀ ,ମାନଙ୍କୁ ପୁରସ୍କୃତ କରାଯାଇଥିଲା|
