କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ,
ବିଷ୍ଣୁ ପ୍ରସାଦ ସେଠୀ,
କାମାକ୍ଷାନଗର ବ୍ଲକ ଆଲୁଅଝରଣ ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନ କାମାକ୍ଷାନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ କବିରାଜ ଜେନା ଙ୍କ ତତ୍ୱାବଧାନ ରେ ନିଉ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମ (ଉଲ୍ଲାସ ) ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ବ୍ଲକ ର 154 ଟି ବିଦ୍ୟାଳୟ ରା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ସି ଆର ସି ସି ସର୍ଭେୟର ମାନଙ୍କୁ ଉଲ୍ଲାସ କାର୍ଯ୍ୟକ୍ରମ ରା ଆବଶ୍ୟକତା ରୂପରେଖ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ଭୋଇ ତାଲିମ ପ୍ରଦାନ କରିଥିଲେ ଆଗାମୀ 20 ତାରିଖରେ ସମସ୍ତ ବିଦ୍ୟାଳୟ ରେ ପଞ୍ଜିକୃତ ନିରକ୍ଷର ବ୍ୟକ୍ତି ମାନଙ୍କର ଏକା ଆକଳନ କରାଯିବାର ସୂଚନା ଦିଆଗଲା ଚଳିତ ବର୍ଷ କାମାକ୍ଷାନଗର ବ୍ଲକ ତରଫରୁ ପ୍ରାୟ 7000 ରୁ ଅଧିକ ବ୍ୟକ୍ତି ଙ୍କୁ ସାକ୍ଷାର କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଭିନ୍ନ ବିଦ୍ୟାଳୟ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମ ଆଲୁଅଝରଣ ଉଚ୍ଚ ବିଦ୍ୟାଳୟ ରା ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ପରିଡା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ,
