**ନୂଆପଡ଼ା କୋମନା ରେଞ୍ଜରେ ଦନ୍ତା ହାତୀ ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଲୋକଙ୍କୁ ସତର୍କ ସୂଚନା*
ନୂଆପଡା(ମିଖାଏଲ ନନ୍ଦ)
ତା-୦୩/୦୯
ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗ ଅଧୀନସ୍ଥ ପାଟପାଣି ଗାଁ ଜଙ୍ଗଲରେ ଏକ ଦନ୍ତା ହାତୀର ଗତିବିଧି ଦେଖିବାକୁ ମିଳିଛି। ହାତୀ ଉପସ୍ଥିତି ଖବର ପାଇବା ପରେ ସ୍ଥାନୀୟ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଜର ରଖିଛନ୍ତି।ସମ୍ଭାବ୍ୟ ଧନଜୀବନ କ୍ଷୟକ୍ଷତି ଏଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଆଖପାଖ ଗ୍ରାମଗୁଡ଼ିକରେ ଡାକବାଜି ଯନ୍ତ୍ର (ମାଇକ୍) ଯୋଗେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଲୋକଙ୍କୁ ଜଙ୍ଗଲ ଭିତରକୁ ନ ଯିବା ଏବଂ ରାତି ସମୟରେ ଅତି ଜରୁରୀ ନଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କୌଣସି ପରିସ୍ଥିତିରେ ହାତୀକୁ ଉତ୍ୟକ୍ତ ନ କରି ତୁରନ୍ତ ବନ ବିଭାଗକୁ ଖବର ଦେବା ପାଇଁ ଅନୁରୋଧ କରାଯାଇଛି।ବନ ବିଭାଗ ଦୁଇଟା ଟିମ୍ ହାତୀଟିର ଗତିବିଧି ଉପରେ କଡ଼ା ନଜର ରଖିବା ସହ ତାକୁ ସୁରକ୍ଷିତ ଭାବେ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛି।ପାଟପାନୀ ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇ ଥିବା ବେଳେ କିଛି ଚାଷ ନଷ୍ଟ କରିଛି l କୋମନା ରେଞ୍ଜର ଭରତ ବନ୍ଧୁ ଶବର, ନୂଆପଡ଼ା ଜିଲ୍ଲା ୱାଇଲ୍ଡ ଲାଇଫ ୱାଡେନ୍ ମାୟାଧର ସରାଫ ପାଟପାଣି ଗାଁକୁ ଯାଇ ହାତୀର ଗତି ବିଧି ଅନୁଧ୍ୟାନ କରି ଥିଲେ l
