ତାଳଚେରରେ ପୋଲିସର ଫୁଟ୍ ପାଟ୍ରୋଲିଂ
ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ା
ରିପୋର୍ଟ ମନୋଜ ରାଉତ ଭଞ୍ଜଦୂତ ଖବର
ତାଳଚେର: ୩.୮.୨୬(ନିପ୍ର) ତାଳଚେର ସହରରେ ଶାନ୍ତି, ଶୃଙ୍ଖଳା ଓ ସଦ୍ଭାବ ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ତାଳଚେର ଥାନା ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ ଓ ଏରିଆ ଡୋମିନେସନ୍ କରାଯାଇଛି। ତାଳଚେର ବଜାର ସମେତ ଆଖପାଖର ବିଭିନ୍ନ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ପାଦରେ ପାଟ୍ରୋଲିଂ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ବିଶେଷକରି ବଜାର ଅଞ୍ଚଳରେ ଭିଡ଼, ଯାତାୟାତ ଓ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ନଜର ରଖିଥିଲା। ସନ୍ଦେହଜନକ ଗତିବିଧି, ଅସାମାଜିକ କାର୍ଯ୍ୟକଳାପ ଓ ଆଇନଶୃଙ୍ଖଳା ସମ୍ପର୍କିତ କୌଣସି ସମସ୍ୟା ଯେପରି ନ ଘଟେ, ସେଥିପାଇଁ ପୋଲିସ ପକ୍ଷରୁ ନିୟମିତ ନଜରଦାରୀ କରାଯାଉଛି।
ଏହି ଫୁଟ୍ ପାଟ୍ରୋଲିଂ ମାଧ୍ୟମରେ ଅଞ୍ଚଳରେ ପୋଲିସର ଉପସ୍ଥିତିକୁ ଦୃଶ୍ୟମାନ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷା ଓ ବିଶ୍ୱାସର ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟ ରହିଛି। ଆଗାମୀ ଦିନରେ ମଧ୍ୟ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଏଭଳି ପାଟ୍ରୋଲିଂ ଓ ନଜରଦାରୀ ଜାରି ରହିବ ବୋଲି ଜଣାପଡ଼ିଛି।
ସହରବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।
