ଲଗାମ ଛଡ଼ା ରଘୁନାଥପୁର ପୋଲିସ, ଗାଁ ଗାଁ ରେ ମଦ ବ୍ୟବସାୟ ବଢ଼ି ବଢ଼ି ଚାଲିଛି l
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଲଗାମ ଛଡା ହୋଇଯିବାରୁ ବର୍ତ୍ତମାନ ଲୋକଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ମାମଲା ଗୁଡିକ ଗାଁରେ ତୁଟି ଯାଉଥିବାର ଦେଖିବାକୁ ମିଳୁଛି l ସେଠାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ନିର୍ଦୋଷ ହୋଇ ଖସି ଯାଉଥିବା ବେଳେ ନିର୍ଦୋଷ କୁ ଦଣ୍ଡ ମିଳୁଛି l ରଘୁନଥପୁର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚୋରା ମଦ ବ୍ୟବସାୟ, ବ୍ରାଉନ ସୁଗାର, ଗଞ୍ଜେଇ ବ୍ୟବସାୟ ଖୁଲମ ଖୁଲା ଚାଲିଥିଲେ ଵି ଥାନା ପକ୍ଷରୁ ସବୁ ଜାଣି ନୀରବ ରହିବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି l ଆଖି ଆଗରେ ଚୋରାମଦ, ବ୍ରାଉନ ସୁଗାର, ଗଞ୍ଜେଇ ବ୍ୟବସାୟ ଦିନ ରାତି ଓ ରାସ୍ତା କଡରେ ଚାଲୁଥିଲେ ଵି ସେମାନଙ୍କୁ ସୁଯୋଗ ଦେଇ ପ୍ରତିବଦଳରେ କିଛି ଅସାଧୁ ଥାନା ଅଧିକାରୀ ଓ କର୍ମଚାରୀ ମାସିକ ବଟି ନେଇ ଚୁପ ରହୁଛନ୍ତି l ଯାହା ଫଳରେ ଗାଁ ଗାଁ ରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ, ଗଞ୍ଜେଇ ବ୍ୟବସାୟ ଛାଇ ହୋଇ ଯାଉଥିବାରୁ ଅନେକ ପରିବାର ଏବେ ବିଶୃଙ୍ଖଳିତ ଓ ଛାତ୍ର ଛାତ୍ରୀ ମାନେ ଅବାଟକୁ ଯାଇ ନିଜର ଭବିଷ୍ୟତ କୁ ନଷ୍ଟ କରିଦେଲେଣି l ଗାଁ ଗହଳିରେ ମଦ୍ୟପାନ ଘଟଣା କୁ ନେଇ ଯଦି ଥାନା ଦ୍ୱାରସ୍ତ ହେଉଛନ୍ତି ଲୋକେ ତେବେ ତାଙ୍କ ମାମଲା କୁ ପୋଲିସ ଚାପି ଦେବା ପାଇଁ ମାମଲା ରୁଜୁ ନ କରି ଗାଁ ରେ ବସି ତୁଟାଇ ଦେବାକୁ ପରାମର୍ଶ ଦେବା ଘଟଣା ପୋଲିସ ପ୍ରଶାସନ ମାନବିକତା ହରାଇ ବସୁଛି l ରଘୁନାଥପୁର ଥାନାରେ କିଛି ପୋଲିସ ଅଧିକାରୀ ଦୀର୍ଘ ବର୍ଷ ଧରି ରହିଯାଇ ଜନସାଧାରଣ ଙ୍କୁ ଲୁଟୁ ଥିଲେ ବି ଉପରିସ୍ଥ ଅଧିକାରୀ ନୀରବ ରହିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଧରୁଛି l ଏହି ଏସ ଆଇ ଅଧିକାରୀ ଜଣଙ୍କ ରଘୁନାଥପୁର ପୋଲିସ କୁ ନିଜ ଅକ୍ତିଆର ରେ ରଖି ରିମୋର୍ଟ ଚଳାଉଛି ଓ କୌଣସି ମାମଲା ରୁଜୁ କରିବା ପୂର୍ବରୁ ବିପକ୍ଷ ଗୋଷ୍ଠୀଙ୍କୁ କାଉଣ୍ଟର ଏତଲା ଦାଖଲ ପାଇଁ ନିର୍ଦେଶ ପ୍ରଦାନ କରୁଛି l ଏସବୁ ଘଟଣା ସୁଚାଇ ଦେଉଛି ଯେ ରଘୁନାଥପୁର ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯୟ ଆଡକୁ ଗତି ହେଲାଣି l ଯାହାର କିଛି ନମୁନା ଦେଖିବାକୁ ମିଳିଛି ଗୁଆଳିପୁର ଗ୍ରାମରେ l ଏହି ଗାଁ ର ଗୋଟିଏ ଗୋଷ୍ଠୀର କିଛି ନିର୍ଦିଷ୍ଟ ଯୁବକ ଗତ ଚାରି ମାସ ଧରି ଗାଁ ମୁଖ୍ୟ ସ୍ଥାନ ପୋଲାମୁଣ୍ଡାରେ ସକାଳେ, ସନ୍ଧ୍ୟାରେ ଚୋରା ମଦ୍ୟପାନ କରି ମରାମରି ହୋଇ ଅଶ୍ରାବ୍ୟ ଭାଷାରେ ଗାଳି ମନ୍ଦ କରୁଥିଲେ ଵି ପୋଲିସ ଜାଣିଶୁଣି ନୀରବ ରହୁଛି l ଯଦି ଏହି ଘଟଣା କୁ ନେଇ ଥାନାକୁ କିଏ ଯାଉଛନ୍ତି, ତେବେ ଗାଁରେ ମାମଲା ତୁଟାଇ ଦେବାକୁ ଏହି ଏସ ଆଇ ବାବୁ ଜଣଙ୍କ ପରାମର୍ଶ ଦେଉଥିବାର ଶୁଣିବାକୁ ମିଳୁଛି l ଯାହାଦ୍ୱାରା ମଦ୍ୟପ ଯୁବକ ମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ପୋଲାମୁଣ୍ଡା ଅଞ୍ଚଳ ଓ ନାଳରେ ମଦ ବୋତଲ ସାଙ୍ଗକୁ ଚିକେନ, ଅଣ୍ଡା ଖୋଳ ମାଳ, ମାଳ ଗଦାହେଉଛି l ଗୁଆଳିପୁର, ରାଧାନଗର, କୁର୍ତ୍ତାଙ୍ଗ, ପଣ୍ଡା ଛକ, ଅୟର ଛକ, ଖରଦାସାହି, ତଅଁରା, ରେଢ଼ୁଆ, ନୂଆପଲେଇ, ସାଦେଇପୁର, ଧର୍ତ୍ତଙ୍ଗଗଡ଼, ଶାଳୀଜଙ୍ଗା, ଚିକିଣିଆ, ତାରପୁର ଓ ବର୍ତ୍ତୀ କଲେଜ ସମୁଖ ମହାନଦୀ ସାମନା ରାସ୍ତା ଗୁଡିକ ଦିନ ରାତି ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଯୁବକ ମାନଙ୍କ ପାଇଁ ଆଡାସ୍ଥଳ ପାଲଟି ଯାଇଛି l ରଘୁନାଥପୁର ପୋଲିସ ଗାଡି, ପିସିଆର ଭ୍ୟାନ ଓ 112 ଗାଡି ଗୁଡିକ କେଵଳ ରାସ୍ତରେ ବୁଲି ଡିଉଟି ହେଉଛି ଦେଖାଇ କେଵଳ ବଟି ଆଦାୟ କରିବାରେ ସମୟ ବିତାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ରଘୁନାଥପୁର ପୋଲିସ ଦାଉ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯାଉଛି ସେ ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l
