ବିଜୁ ଜନତା ଦଳର ସାରସକଣା ବ୍ଲକ କମିଟି ଗଠନ
___________________
ସାରସକଣା,(୩/୯/୨୬):(ନି.ପ୍ର):
ବିଜୁ ଜନତା ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳର ପତ୍ର ସଂଖ୍ୟା:53/08/SB/BJD/2026 ଅନୁଯାୟୀ ବିଜୁ ଜନତା ଦଳ ମୟୂରଭଞ୍ଜ(୨)ର ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରସକଣା ବ୍ଳକ କମିଟିର କର୍ମକର୍ତ୍ତା ଙ୍କ ନାମ ଘୋଷିତ ହୋଇଛି ।ଏହାକୁ ଦଳର ରାଜ୍ୟ ବୟୋଜ୍ୟେଷ୍ଠ ଉପ-ସଭାପତି ଦେବୀପ୍ରସାଦ ମିଶ୍ର ମୋହର ମାରି ଅନୁମୋଦିତ କରି ଘୋଷଣା କରିଛନ୍ତି । ସାରସକଣା ବ୍ଲକ କମିଟିର ସଭାପତି ଭାବେ ମଣି ଶଙ୍କର ବାରିକ,ଉପ-ସଭାପତି ଭାବେ କୁନୁ ରାମ ସିଂ, ରସିକା ନନ୍ଦ, ଦେବ ଗୋସ୍ଵାମୀ, ନରେନ୍ଦ୍ର ପାତ୍ର ଚୟନ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ମଙ୍ଗଳ ସିଂ, ରାଧାକାନ୍ତ ବେରା, ଶ୍ୟାମସୁନ୍ଦର ରଣା, ନାରାୟଣ ବେହେରା, ଦୁର୍ଗା ପ୍ରସାଦ ସିଂ ଏହିପରି ସମ୍ପାଦକ ଭାବେ ରୂପମ୍ ମଣ୍ଡଳ, ମୁକେଶ ବେହେରା, ସୁଧୀର ଦାସ, ନିରଞ୍ଜନ ଗନ୍ତାୟତ, ପୂର୍ଣ୍ଣଚନ୍ଦ୍ର ନାଏକ, ସୁନ୍ଦରମୋହନ ହାଁସଦା,ଅଜୟ ବେହେରା ପ୍ରମୁଖଙ୍କ ସହିତ କୋଷାଧ୍ୟକ୍ଷ ଭାବେ ପ୍ରଭାକର ବେରା ସାରସକଣା ବ୍ଲକ କମିଟିରେ ଦଳ ପକ୍ଷରୁ ଦାୟିତ୍ଵ ଦିଆଗଲା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
