
ନୂଆପଡା (ମିଖାଏଲ ନନ୍ଦ):
ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ କଲ୍ୟାଣ ମଣ୍ଡପ ୨ଠାରେ ଖଡ଼ିଆଳ କାର୍ଯ୍ୟରତ ସାମ୍ବାଦିକ ପରିଷଦର ବୈଠକ ଅନୁ୍ଠିତ ହୋଇଥିଲା ଏହି ପରିଷଦର ମୂଖ୍ୟ ସଂଯୋଜକ ତପନ ରଂଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗତ ଏକ ସପ୍ତାହ ତଳେ କାର୍ଯ୍ୟରତ ସାମ୍ବାଦିକ ପରିଷଦର ସଦସ୍ୟ ସତ୍ୟବ୍ରତ ଷଡଙ୍ଗୀଙ୍କୁ କିଛି ଯୁବକ ତାଙ୍କ ପାର୍ଟସ ଦୋକାନରେ ବସିଥିବା ସମୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଏବେ ହସ୍ପିଟାଲ୍ ରେ ଚିକିତ୍ସିତ ହଉଛନ୍ତି।ତାଙ୍କୁ ସବୁପ୍ରକାର ସହଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ନିକଟ ଭବିଷ୍ୟତରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ପକ୍ଷରୁ ଏକ ଓରିଏଣ୍ଟସନ ପ୍ରୋଗ୍ରାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡା,ବିଜୟ କୁମାର ସହିସ, ସହ ସଂଯୋଜକ ମୋତିଲାଲ ବାଗ, କୋର କମିଟି ସଦସ୍ୟ ପରମେଶ୍ୱର ବାରିକ,କୋର କମିଟି ସଦସ୍ୟ ଯୁଗେଶ୍ୱର ସଗରିଆ,ସୁଜିତ କୁମାର ପ୍ରଧାନ, କୁନାଲ ଚରଣ ବେହେରା,ହେମନ୍ତ କୁମାର ବେହେରା,ସନ୍ତୋଷ କୁମାର ଦଣ୍ଡସେନା,,ବାପିନା ସାହୁ, ଶାମ୍ବ କୁମାର ସରାଫ,ଦେବେଶ ହୋତା,ଓମ ପ୍ରକାଶ ଚୌଧୁରୀ,ଚନ୍ଦ୍ର ଶେଖର ବେହେରା,ଦିନନାଥ ଛତ୍ରୀୟ,ଶ୍ୟାମସୁନ୍ଦର ସଗରିଆ,ମାଇକେଲ ନନ୍ଦ,କଲିମ ଖାନ, ରବିକାନ୍ତ ଠେଲା ପ୍ରମୁଖ ଉପସ୍ଥିତ ଥିଲେ।
ସାମ୍ବାଦିକ ମାନେ କିପରି ନିଜ କର୍ତ୍ତବ୍ୟ ପରିଚାଳନା କରିବା ପାଇଁ ଏବଂ ସରକାରଙ୍କ ନୀତିନିୟମ କୁ ଜଣ ସାଧାରଣ ଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ନିର୍ଭୀକ ଭାବରେ ସମ୍ବାଦ ଉପସ୍ଥାପନ କରିପାରିବେ। ସର୍ବସାଧାରଣ ଙ୍କ ସମସ୍ୟା ଲୋକ ଲୋଚକୁ ଆଣି ସରକାର ପ୍ରଶାସନକୁ ଅବଗତ କରାଇବା ଏକ ସାମ୍ବାଦିକ ର ଧର୍ମ।ହେଲେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ କିପରି ସୁରକ୍ଷା ଦେବା ପାଇଁ ପ୍ରଶାସନ ଦୃଷ୍ଟି ଦେଇ ସତ୍ୟବ୍ରତ ଷଡ଼ଙ୍ଗୀ ଜେଉ ଭଳି ତାଙ୍କ ଦୋକାନ ଭିତରେ ପଶି ଆକ୍ରମଣ କରିଥିବା କାର୍ଯ୍ୟରତ ସାମ୍ୱାଦିକ ମାନେ ତୀବ୍ରପ୍ରତିକ୍ରିୟା କରିଛନ୍ତି।