
ବାଲେଶ୍ୱର (ଅମରଦ୍ଵୀପ ସିଂହ) : ରୋଟାରୀ କ୍ଲବ୍ ଅଫ ବାଲେଶ୍ୱର, ରୋଟାରାକ୍ଟ କ୍ଲବ୍ ଅଫ ବାଲେଶ୍ୱର ଓ ଇନର ୱିଲ୍ କ୍ଲବ୍ ଅଫ ବାଲେଶ୍ୱରଙ୍କ ଯୁଗ୍ମ ଅଭିଷେକ ଅନୁଷ୍ଠାନ ଏକ ଉତ୍ସବମୂଡ଼ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ବାବୁ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଗଭର୍ନର ଏବଂ ଶ୍ରୀ ପ୍ରଣବେନ୍ଦୁ ଆଚାର୍ଯ୍ୟ, IPS (ଅବ.) ତଥ୍ୟ ଆୟୁକ୍ତ ଓଡିଶା ଉପସ୍ଥିତ ହୋଇଥିଲେ। ସେମାନେ ଆର.ଟି.ଆଇ. ବିଷୟରେ ଉପସ୍ଥିତ ମାନ୍ୟବାନ୍ଧବଙ୍କୁ ମୂଲ୍ୟବାନ ଜ୍ଞାନ ଦେଇଥିଲେ। ଏହି ଅନୁଷ୍ଠାନରେ ନବନିଯୁକ୍ତ ରୋଟାରୀ ପ୍ରେସିଡେଣ୍ଟ ଭାବେ ଶ୍ରୀ ଦେବାଶିଷ ଦାସ ଓ ସଚିବ ଭାବେ CA କମଲାକାନ୍ତ ମୁଦୁଳି ଦାୟିତ୍ୱ ଗ୍ରହଣ କରିଥିଲେ। ରୋଟାରାକ୍ଟ କ୍ଲବ୍ ପକ୍ଷରୁ ଶ୍ରୀ ସୁକାନ୍ତ ନାୟକ ପ୍ରେସିଡେଣ୍ଟ ଭାବେ ଓ ଶ୍ରୀ ମନୋଜ କୁମାର ସେଠି ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଇନର ୱିଲ୍ କ୍ଲବ୍ ପକ୍ଷରୁ ବିନା ଦୋଶୀ ପ୍ରେସିଡେଣ୍ଟ ଓ ଦର୍ଶନ ସାଙ୍ଗବାନୀ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଅନୁଷ୍ଠାନରେ ବହୁତ ସଂଖ୍ୟାରେ ସଦସ୍ୟ, ଅତିଥି ଓ ସାମାଜିକ କର୍ମୀମାନେ ଉପସ୍ଥିତ ଥିଲେ।